ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜିଲ୍ଲାରେ ଖୋଲିବ ଚାଉଳ ଏଟିଏମ । ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ପ୍ରଶ୍ନରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଲିଖିତ ଉତ୍ତର ରଖିଛନ୍ତି । କହିଛନ୍ତି, ଝାରସୁଗୁଡା, ନବରଙ୍ଗପୁର, କେନ୍ଦୁଝର, ଢେଙ୍କାନାଳ ଜିଲ୍ଲାରେ ଖୋଲିବ । ରାଜ୍ୟର ପ୍ରଥମ ଚାଉଳ ଏଟିଏମ ଭୁବନେଶ୍ୱର ମଞ୍ଚେଶ୍ୱରରେ କୋଲିଥିଲା । ୨୦୨୪ ଜୁଲାଇରୁ ଏ ଯାଏଁ ୨୦ ହଜାର ୨୧୭ ଜଣ ଚାଉଳ ଉଠାଇଛନ୍ତି । ମୋଟ ୩ ହଜାର ୮ ଶହ ୫ କୁଇଣ୍ଟାଲ କିଲୋଗ୍ରାମ ଚାଉଳ ଉଠାଣ ହୋଇଛି ।










