33.1 C
Bhubaneswar
Wednesday, March 11, 2026
Homeଦେଶ ବିଦେଶଇରାନ ଜାହାଜ ନଷ୍ଟ କଲା ଆମେରିକା

ଇରାନ ଜାହାଜ ନଷ୍ଟ କଲା ଆମେରିକା

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଆମେରିକା, ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଜୋରଦାର ହୋଇଛି । ଆମେରିକୀୟ ସେନାର ଯୁଗ୍ମ ମୁଖ୍ୟ କର୍ମଚାରୀଙ୍କ ଅଧ୍ୟକ୍ଷ ଜେନେରାଲ ଡାନ କେନ କହିଛନ୍ତି ଯେ ଯୁଦ୍ଧର ପ୍ରଥମ ଦଶ ଦିନରେ ଆମେରିକୀୟ ସେନା ଇରାନରେ ୫ ହଜାରରୁ ଅଧିକ ସଲାମରିକ ଘାଟି ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣଗୁଡିକ ଇରାନର ବାଲିଷ୍ଟିକ କ୍ଷେପଣାସ୍ତ୍ର ଏବଂ ଡ୍ରୋନ କ୍ଷମତାକୁ ଟାର୍ଗେଟ କରିଛି । ସେ କହିଛନ୍ତି ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ୯୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି ଡ୍ରୋନ ଆକ୍ରମଣ ମଧ୍ୟ ୮୩ ପ୍ରତିଶତ ହ୍ରାସ ପାଇଛି । ଆମେରିକା ନୌସେନା ଏଯାଏଁ ୫୦ରୁ ଅଧିକ ଇରାନୀ ଜାହାଜ ଏବଂ ଡଙ୍ଗାକୁ ନଷ୍ଟ କରିସାରିଛି । ଏବଂ ହର୍ମୁଜ ପ୍ରଣାଳୀରେ ମାଇନ ବିଛାଉଥିବା ଜାହାଜଗୁଡିକୁ ମଧ୍ୟ ଟାର୍ଗେଟ କରାଯାଉଛି । ଏ ଯାଏଁ ଆକ୍ରମଣରେ ୧୫୦ ଜଣ ଆମେରିକୀୟ ସେବା ସଦସ୍ୟ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦୮ ଜଣ କାର୍ଯ୍ୟକୁ ଫେରି ଆସିଛନ୍ତି । ସାତ ଜଣ ଆମେରିକୀୟ ସେବା ସଦସ୍ୟଙ୍କ ମୃତ୍ୟୁ ହୋଇଛି । ଆସୋସିଏଟେଡ ପ୍ରେସ ଅନୁଯାୟୀ, ଇସ୍ରାଏଲୀ ସେନା ଇରାନର ରାଜଧାନୀ ତେହେରାନରେ ଅନେକ ସାମରିକ ଏବଂ ଗବେଷଣା ପ୍ରତିଷ୍ଠାନ ଉପରେ ନୂତନ ବିମାନ ଆକ୍ରମଣ ମଧ୍ୟ ଆରମ୍ଭ କରିଛି । ପ୍ରତ୍ୟେକ୍ଷଦର୍ଶୀମାନେ କହିଛନ୍ତି ସହରର ଅନେକ ଅଞ୍ଚଳରେ ଜୋରଦାର ବିସ୍ଫୋରଣ ଶୁଣାଯାଇଛି । ଡେନମାର୍କ ଏବଂ ନେଦରଲାଣ୍ଡ ସମେତ ଅନେକ ଦେଶ ସେମାନଙ୍କର ଦୂତାବାସ ତେହେରାନରୁ ଆଜରବୈଜାନକୁ ସ୍ଥାନାନ୍ତରିତ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking