ଭୁବନେଶ୍ୱର: ଚିନ୍ତା ବଢାଇଲାଣି ମଧ୍ୟପ୍ରାଚ୍ୟ ଯୁଦ୍ଧ । ରାଜଧାନୀ ଭୁବନେଶ୍ୱରରେ ବଢିଲା ଗ୍ୟାସ ଟେନସନ । ଏଲପିଜି ସିଲିଣ୍ଡର ପାଇଁ ରାତିରୁ ଲାଗିଛି ଲମ୍ବା ଲାଇନ । ଗ୍ୟାସ ଖାତା ଜମା ରଖି ଗ୍ରାହକ ବସିଛନ୍ତି । ହିତାଧିକାରୀଙ୍କ ଅଭିଯୋଗ ଅନୁସାରେ ୨୦ରୁ ୨୫ ଦିନ ତଳେ ଗ୍ୟାସ ବୁକ କରିଥିଲେ ବି ଡେଲିଭରି ହୋଇପାରୁନି । ଏଣିକି ଗୋଟି ସିଲିଣ୍ଡର ପାଇବାର ୨୫ ଦିନ ପରେ ଆଉ ଗୋଟିଏ ବୁକିଂ କରିପାରିବେ । ପୂର୍ବରୁ ୧୫ରୁ ୨୧ ଦିନ ମଧ୍ୟକେ ଆଉ ଗୋଟିଏ ବୁକିଂ ହେଉଥିଲା । ବୁକିଂ ଅବଧିକୁ ନେଇ ୨୧ରୁ ୨୫ ଦିନକୁ ବୃଦ୍ଧି କରାଯାଇଛି । ପୂର୍ବରୁ ୧୫ରୁ ୨୧ ଦିନ ମଧ୍ୟରେ ଆଉ ଗୋଟିଏ ବୁକିଂ ହେଉଥିଲା । ବୁକିଂ ଅବଧିକୁ ୨୧ରୁ ୨୫ ଦିନକୁ ବୃଦ୍ଧି କରାଯାଇଛି । କଳାବଜାରୀ ରୋକିବାକୁ କେନ୍ଦ୍ର ସରକାର ବଡ ପଦକ୍ଷେପ ନେଇଛନ୍ତି । ଅନ୍ୟପଟେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଦେଶରେ ତୈଳ ଏବଂ ଗ୍ୟାସ ସଙ୍କଟ ବଢ଼ିବାରେ ଲାଗିଥିବା ବେଳେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାର ଦେଶରେ ଅତ୍ୟାବଶ୍ୟକ ସେବା ରକ୍ଷଣାବେକ୍ଷଣ ଆଇନ (ESMA) ଲାଗୁ କରିଛନ୍ତି। ଆପଣଙ୍କୁ ଜଣାଇ ଦେଉଛୁ ଯେ ଫେବୃଆରୀ ୨୮ ତାରିଖରୁ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁ ହର୍ମୁଜ ପ୍ରଣାଳୀରୁ ତେଲ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଏହା ଦେଶରେ ରନ୍ଧନ ଗ୍ୟାସ ସଙ୍କଟକୁ ଆହୁରି ଘନିଷ୍ଠ କରିଥିବା ବେଳେ, ଆଗାମୀ ଦିନରେ ପେଟ୍ରୋଲ ଏବଂ ଡିଜେଲ ସଙ୍କଟ ମଧ୍ୟ ଘନିଷ୍ଠ ହେବ ବୋଲି ଅନୁମାନ କରାଯାଉଛି। ତେଣୁ, ସତର୍କତାମୂଳକ ପଦକ୍ଷେପ ସ୍ବରୂପ ESMA ଲାଗୁ କରାଯାଇଛି।










