ରଥଯାତ୍ରା ପୂର୍ବରୁ କାର୍ଯ୍ୟ ଶେଷ ଉପରେ ଗୁରୁତ୍ୱ
ଭୁବନେଶ୍ୱର: ଆଜି ନିର୍ମାଣ ବିଭାଗ, ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ଜାତୀୟ ରାଜପଥ-୩୧୬ ଉପରେ ନିର୍ମାଣାଧୀନ ମାଟିଆପଡା ROB ନିର୍ମାଣ କାର୍ଯ୍ୟର ତଦାରଖ କରିଛନ୍ତି । ଏହି ନିରୀକ୍ଷଣ ସମୟରେ ଜାତୀୟ ରାଜପଥର ମୁଖ୍ୟ ଯନ୍ତ୍ରୀ ଶ୍ରୀ ନାରାୟଣ ପଟେଲ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ସୌମ୍ୟ ରଞ୍ଜନ ଦ୍ବିବେଦୀ, ରେଲବାଇର ଅଧିକ୍ଷଣ ଯନ୍ତ୍ରୀ ପପୁନ କୁମାର ପ୍ରଧାନ ଏବଂ ଠିକା ସଂସ୍ଥାର ପ୍ରତିନିଧି ମାନେ ଉପସ୍ଥିତ ଥିଲେ I ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ପ୍ରକଳ୍ପର ବର୍ତ୍ତମାନ ସ୍ଥିତି ସମୀକ୍ଷା କରିବା ସହ ବାକି ଅଂଶ ଶୀଘ୍ର ସମାପ୍ତି ଆଲୋଚନା କରିଥିଲେ । ରଥଯାତ୍ରା-୨୦୨୬ ପୂର୍ବରୁ ରେଳ ଲେଭେଲ୍ କ୍ରସିଂ ଉପରେ ଥିବା ବୋ ଷ୍ଟ୍ରିଙ୍ଗ ଗର୍ଡର ସହିତ ସମସ୍ତ ଅବଶିଷ୍ଟ ସ୍ପାନ୍ର ଗର୍ଡର ଓ ଡେକ୍ ସ୍ଲାବ କାଷ୍ଟିଂ କାମକୁ ତ୍ୱରିତ ଗତିରେ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ଶ୍ରୀ ସିଂହ ଅଧିକାରୀମାନଙ୍କୁ ରେନଫୋର୍ସ ଆର୍ଥ (RE) ୱାଲ୍ ଏବଂ ସର୍ଭିସ୍ ରୋଡ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଯାତାୟାତ ଚଳାଚଳା ସୁବିଧାଜନକ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ରଥଯାତ୍ରା ସମୟରେ ଭକ୍ତ ଓ ସାଧାରଣ ଜନତାଙ୍କ ଯାତାୟାତ ଚାପ ବୃଦ୍ଧି ପାଇବାକୁ ଧ୍ୟାନରେ ରଖି ପ୍ରକଳ୍ପଟିକୁ ଧାର୍ଯ୍ୟ ସମୟ ମଧ୍ୟରେ ସମାପ୍ତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।










