31.1 C
Bhubaneswar
Monday, March 9, 2026
Homeଓଡିଶାଓଡ଼ିଶା ପୋଲିସ ପକ୍ଷରୁ ଆୟୋଜିତ “ନ୍ୟାୟ ସଂହିତା ପ୍ରଦର୍ଶନୀ”

ଓଡ଼ିଶା ପୋଲିସ ପକ୍ଷରୁ ଆୟୋଜିତ “ନ୍ୟାୟ ସଂହିତା ପ୍ରଦର୍ଶନୀ”

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଓଡ଼ିଶା ପୋଲିସ ପକ୍ଷରୁ ଆୟୋଜିତ “ନ୍ୟାୟ ସଂହିତା ପ୍ରଦର୍ଶନୀ” ଦର୍ଶକମାନଙ୍କ ମଧ୍ୟରେ ଆକର୍ଷଣର କେନ୍ଦ୍ର ପାଲଟିଛି । ପ୍ରତିଦିନ ସମସ୍ତ ବର୍ଗର ବ୍ୟକ୍ତିବିଶେଷଙ୍କର ଗହଳି ଏହି ପ୍ରଦର୍ଶନୀ ପଡ଼ିଆରେ ଦେଖିବାକୁ ମିଳୁଛି। ବିଶେଷକରି SOG, ODRAF ଓ ଉପକୂଳ ସୁରକ୍ଷା ବିଭାଗର ଷ୍ଟଲ ଦର୍ଶକମାନଙ୍କୁ ବେଶ ଆକର୍ଷିତ କରୁଛି। SOG ଷ୍ଟଲରେ ମାଓ ଦମନ ଅଭିଯାନରେ ବ୍ୟବହୃତ ବିଭିନ୍ନ ଅସ୍ତ୍ରଶସ୍ତ୍ର ପ୍ରଦର୍ଶିତ ହେଉଥିବା ବେଳେ ଶହୀଦ ହୋଇଥିବା ବୀର ଯବାନମାନଙ୍କ ଫଟୋ ଚିତ୍ର ମଧ୍ୟ ସ୍ଥାନ ପାଇଛି । ଅଶୋକ ଚକ୍ର ଓ ସୌର୍ଯ୍ୟ ଚକ୍ର ରେ ସମ୍ମାନିତ ଶହୀଦ ବୀର ଯବାନମାନଙ୍କ ଫଟୋ ଚିତ୍ର ଦେଖି ସେମାନଙ୍କ ମାଓ ଦମନ ଅଭିଯାନ ସମ୍ପର୍କରେ ଜାଣିବାକୁ ଦର୍ଶକମାନଙ୍କ ମଧ୍ୟରେ ଆଗ୍ରହ ପରିଲକ୍ଷିତ ହେଉଛି । ଏହା ସହ ଜର୍ମାନୀ, ବୁଲଗେରିଆ, ଇସ୍ରାଏଲ, ସ୍ୱିଜର୍ଲାଣ୍ଡ, ୟୁଏସଏ, ଅଷ୍ଟ୍ରିଆ ଓ ଭାରତରେ ନିର୍ମିତ ଆଧୁନିକ ବନ୍ଧୁକ ପ୍ରଦର୍ଶିତ ହୋଇଛି। ଏହି ସମସ୍ତ ବନ୍ଧୁକ ବିଷୟରେ ଲୋକମାନେ ଆଗ୍ରହର ସହ ଜାଣୁଥିବା ସହିତ ସେଗୁଡ଼ିକ ସହ ଫଟୋ ଉଠାଉଥିବା ଦେଖାଯାଉଛି।

ଏହା ସହ ଉପକୂଳ ସୁରକ୍ଷା ପକ୍ଷରୁ ମଧ୍ୟ ଏକ ସ୍ୱତନ୍ତ୍ର ଷ୍ଟଲ ପ୍ରଦର୍ଶିତ ହୋଇଛି। ସେଠାରେ ଥିବା ଉଚ୍ଚ କ୍ଷମତାସମ୍ପନ୍ନ ଡ୍ରୋନ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଏହି ଡ୍ରୋନ୍ ଏକ ସମୟରେ ୧ ଘଣ୍ଟା ୨୦ ମିନିଟ ପର୍ଯ୍ୟନ୍ତ ଉଡ଼ି ପାରେ ଏବଂ ଭୂପୃଷ୍ଠରୁ ପ୍ରାୟ ୪ ହଜାର ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଯାଇପାରେ। ଏଥିରେ ୨୫X ଅପ୍ଟିକାଲ ଜୁମ ଓ ୪X ଡିଜିଟାଲ ଜୁମ ସହିତ ୩୬୦ ଡିଗ୍ରୀ କ୍ୟାମେରା ସୁବିଧା ରହିଛି। ୫ରୁ ୫୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରାରେ କାମ କରିପାରୁଥିବା ଏହି ଡ୍ରୋନ୍ ମେରାଇନ୍ ପୋଲିସ ପାଇଁ ଗୁରୁତ୍ୱପୂର୍ଣ୍ଣ ଉପକରଣ ହୋଇପାରିଛି। ରାଜ୍ୟ ପୋଲିସ ପାଖରେ ଏହି ପ୍ରକାରର ପ୍ରାୟ ୧୦ଟି ଡ୍ରୋନ୍ ରହିଛି। ଏହା ବ୍ୟତୀତ ODRAF ଷ୍ଟଲ ମଧ୍ୟ ଦର୍ଶକମାନଙ୍କ ମଧ୍ୟରେ ବେଶ ଆକର୍ଷଣ ସୃଷ୍ଟି କରିଛି। ବିପର୍ଯ୍ୟୟ ସମୟରେ ODRAF ଯବାନମାନଙ୍କ ଅସାଧାରଣ ସାହସିକତା ଓ କୌଶଳକୁ ସେଠାରେ ପ୍ରଦର୍ଶନ କରାଯାଉଛି। ଧନ ଓ ଜୀବନକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପ୍ରକ୍ରିୟା, ବିଭିନ୍ନ ପ୍ରକାରର ରେସ୍କ୍ୟୁ ଉପକରଣ ଓ ପ୍ରାୟୋଗିକ ଡେମୋ ମାଧ୍ୟମରେ ସାଧାରଣ ଲୋକଙ୍କୁ ଅବଗତ କରାଯାଉଛି। ବନ୍ୟା, ବାତ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ଲୋକମାନଙ୍କୁ ଦ୍ରୁତ ଉଦ୍ଧାର କରାଯାଏ ଓ ସୁରକ୍ଷିତ ରଖାଯାଏ, ସେଥିପାଇଁ ମଧ୍ୟ ଡେମୋ ପ୍ରଦର୍ଶନ କରାଯାଉଛି। ଏହି ପ୍ରଦର୍ଶନୀ ମାଧ୍ୟମରେ ସାଧାରଣ ଲୋକମାନେ ODRAF ଯବାନମାନଙ୍କ ସାହସ, କଠୋର ପ୍ରଶିକ୍ଷଣ ଓ ବିପର୍ଯ୍ୟୟ ସମୟରେ ସେମାନଙ୍କ ଦ୍ରୁତ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ନିକଟରୁ ଜାଣିବାର ସୁଯୋଗ ପାଉଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking