ଭୁବନେଶ୍ୱର: ରାଜନୀତିରେ କେହି କାହାର ଶତ୍ରୁ ନୁହଁନ୍ତି କହିଲେ ସଂତୃପ୍ତ ମିଶ୍ର । ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ପ୍ରଶ୍ନରେ କହିଲେ ଅଧିକାର ଅଛି । ଗଣତାନ୍ତ୍ରିକ ବ୍ୟବସ୍ଥାରେ କେହି ବି ପ୍ରତିଦ୍ୱନ୍ଦିତା କରିପାରିବେ । ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କ ଭରିଛନ୍ତି ସଂତୃପ୍ତ ମିଶ୍ର । ୩ ସେଟର ନାମାଙ୍କନ ଦାଖଲ କରିଛନ୍ତି ସଂତୃପ୍ତ ମିଶ୍ର । ଆଜି ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ସେନେଇ ଜଣେ ଜଣେ ଚୟନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ବିଜେଡିରୁ ସଂତୃପ୍ତ ମିଶ୍ର, ଡାକ୍ତର ଦତ୍ତେଶ୍ୱର ହୋତା ନାମାଙ୍କ ଦାଖଲ କରିସାରିଲେଣି । ବିଜେପିରୁ ନାମାଙ୍କନ ଭରିବା ପାଇଁ ପ୍ରାର୍ଥୀ ବାକି ଅଛନ୍ତି ।










