ଭୁବନେଶ୍ୱର: ସଂତୃପ୍ତ ଓ ଦତ୍ତେଶ୍ୱରଙ୍କ ପ୍ରାର୍ଥୀପତ୍ର ଦାଖଲ ପରେ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖି କହିଛନ୍ତି, ପ୍ରାର୍ଥୀପତ୍ର ଦାଖଲ କରିଥିବା ୨ ପ୍ରାର୍ଥୀଙ୍କୁ ସ୍ୱାଗତ କରୁଛି । ସମ୍ଭାବ୍ୟ ମେଣ୍ଟ ପ୍ରଶ୍ନରେ କହିଲେ ସମୟ କହିବ ଭବିଷ୍ୟତ । ଆଜି ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ସେନେଇ ଜଣେ ଜଣେ ଚୟନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ବିଜେଡିରୁ ସଂତୃପ୍ତ ମିଶ୍ର, ଡାକ୍ତର ଦତ୍ତେଶ୍ୱର ହୋତା ନାମାଙ୍କ ଦାଖଲ କରିସାରିଲେଣି । ବିଜେପିରୁ ନାମାଙ୍କନ ଭରିବା ପାଇଁ ପ୍ରାର୍ଥୀ ବାକି ଅଛନ୍ତି ।










