26.1 C
Bhubaneswar
Sunday, March 1, 2026
Homeଖେଳକୋହଲିଙ୍କ ୧୨ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଫରହାନ୍‌

କୋହଲିଙ୍କ ୧୨ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଫରହାନ୍‌

ନୂଆଦିଲ୍ଲୀ : ପାକିସ୍ତାନୀ ଓପ୍ନର୍ ବ୍ୟାଟର୍ ସାହିବଜାଦା ଫରହାନ୍ ଶନିବାର ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ରେ ଏକ ୧୨ ବର୍ଷ ପୁରୁଣା ରେକର୍ଡ ଭଙ୍ଗ କରିଛନ୍ତି। ସେ ଗୋଟିଏ ସିଜନ୍‌ରେ ସର୍ବାଧିକ ରନ୍ ସଂଗ୍ରହର ରେକର୍ଡ ନିଜ ନାମରେ କରିଛନ୍ତି। ଏହି ରେକର୍ଡ ଏ ପର୍ଯ୍ୟନ୍ତ ଭାରତର ଷ୍ଟାର୍ ଖେଳାଳି ବିରାଟ କୋହଲିଙ୍କ ନାମରେ ରହିଥିଲା। ପାଲ୍ଲେକେଲରେ ଶ୍ରୀଲଙ୍କା ବିପକ୍ଷ କର ବା ମର ସୁପର୍‌-୫ ମ୍ୟାଚ୍‌ରେ ଏହି ଉପଲବ୍ଧି ହାସଲ କରିଛନ୍ତି। ପାକିସ୍ତାନ ଇନିଂସ୍‌ରେ ଫରହାନ୍ ୩୮ ରନ୍ ପାର୍ କରିବା ମାତ୍ରେ ହିଁ କୋହଲିଙ୍କ ୨୦୧୪ର ରେକର୍ଡକୁ ଅତିକ୍ରମ କରିଥିଲେ। କୋହଲି ୨୦୧୪ ଟି-୨୦ ବିଶ୍ୱକପ୍‌ରେ ୬ ମ୍ୟାଚ୍‌ରେ ୩୧୯ ରନ୍ କରିଥିଲେ। ତାଙ୍କର ଏହି ରେକର୍ଡ ୧୨ ବର୍ଷ ପର୍ଯ୍ୟନ୍ତ କାଏମ ରହିଥିଲା। ଏବେ ସାହିବଜାଦା ଫରହାନ୍ ୨୦୨୬ ଟୁର୍ଣ୍ଣାମେଣ୍ଟ୍‌ରେ ଏହା ଅତିକ୍ରମ କରିଛନ୍ତି। ଟୁର୍ଣ୍ଣାମେଣ୍ଟ୍‌ରେ ତାଙ୍କ ନାମରେ ୩୮୨ ରନ୍ ହୋଇଛି। ଉଲ୍ଲେଖଯୋଗ୍ୟ, ୨୦୨୨ରେ ବାବର୍ ଆଜମ୍ ୩୦୩ ରନ୍ କରି କୋହଲିଙ୍କ ରେକର୍ଡ ନିକଟବର୍ତ୍ତୀ ହୋଇଥିଲେ ମଧ୍ୟ ତାହା ପାର୍ କରିପାରି ନଥିଲେ। ଏବେ ଫରହାନ୍ ଏହି ରେକର୍ଡ ଭାଙ୍ଗି ଇତିହାସ ରଚିଛନ୍ତି। ତେବେ ସବୁଠୁ ଆଶ୍ଚର୍ଯ୍ୟର ବିଷୟ ଗୋଟିଏ ଟି-୨୦ ବିଶ୍ୱକପ୍ ସିଜନ୍‌ରେ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟର୍‌ଙ୍କ ସୂଚୀର ଟପ୍‌-୫ରେ ଏସିଆର ପାଞ୍ଚଜଣ ଖେଳାଳି ରହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking