ଭୁବନେଶ୍ୱର: ଭାରତୀୟ ବିଜ୍ଞାନ ବିକାଶ ଚାରିଟେବୁଲ ଟ୍ରଷ୍ଟ ଉପରେ ଇଡି ରେଡ । ଭୁବନେଶ୍ୱର ସହିଦ ନଗର କାର୍ଯ୍ୟାଳୟ ଉପରେ କୋଲକାତା ଇଡି ପକ୍ଷରୁ ରେଡ କରାଯାଇଛି । ବ୍ୟାପକ ଅର୍ଥ ହେରଫେର ନେଇ ଚାଲିଛି ରେଡ । ଭୁବନେଶ୍ୱରରେ ମୁମ୍ବାଇ ଲିଙ୍କ ନେଇ ଚାଲିଛି ଖୋଳତାଡ । ଜମି ଜାଲିଆତି ନେଇ ଚାଲିଛି ରେଡ । ବ୍ରହ୍ମପୁରରେ ସାହାରା ଇଣ୍ଡିଆ ଜମି ଜଲିଆତି କରି କିଣିଥିବା ନେଇ ଅଭିଯୋଗ ପରେ ଇଡି ପକ୍ଷରୁ ରେଡ କରାଯାଉଛି । ଭାରତୀୟ ବିଜ୍ଞାନ ବିକାଶ ଚାରିଟେବୁଲ ଟ୍ରଷ୍ଟ ମୁଖ୍ୟଙ୍କ ଉପରେ ରେଡ କରାଯାଉଛି । ଚାରିଟେବୁଲ ଟ୍ରଷ୍ଟର ସହିଦନଗର କାର୍ଯ୍ୟାଳୟ ହାଇଟେକ ମେଡିକାଲ କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ ରେଡ କରାଯାଉଛି । ତେବେ ରେଡ ସଂପର୍କରେ ହାଇଟେକ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।










