31.1 C
Bhubaneswar
Thursday, February 26, 2026
Homeଓଡିଶାଛାତ୍ର ପୋଡ଼ି ଘଟଣା: ଛାତ୍ରର ଶବ ରଖି କ୍ଷତିପୁରଣ ଦାବି

ଛାତ୍ର ପୋଡ଼ି ଘଟଣା: ଛାତ୍ରର ଶବ ରଖି କ୍ଷତିପୁରଣ ଦାବି

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ପାଇକଡାକୁଲୁଗୁଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିଷର ନିଆଁରେ ପୋଡ଼ି ହୋଇ ଗୁରୁତର ଛାତ୍ରବିରେନ୍ ଟାକ୍ରିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିବା ଘଟଣାରେ ଆଜି ପରିବାରବର୍ଗ ଓ ଗ୍ରାମବାସୀ ବିଦ୍ୟାଳୟ ସମ୍ମୁଖରେ ମୃତ ଛାତ୍ରଙ୍କ ଶବ ରଖି ପ୍ରଦର୍ଶନ କରିବା ସହ ଶିକ୍ଷକ ଏବଂ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ପାଇଁ ଅଡି ବସିଛନ୍ତି । ତକାଲି ଛାତ୍ରଙ୍କ ମୃତ୍ୟୁ ଖବର ପହଞ୍ଚିବା ପରେ ପରିବାରବର୍ଗ ଓ ଗ୍ରାମବାସୀ ବିଦ୍ୟାଳୟର କିଛି ଶିକ୍ଷକମାନଙ୍କୁ ଗୋଟିଏ ଶ୍ରେଣୀ ଗୃହରେ ରଖି ତାଲା ପକାଇଦେଇଥିଲେ । ପରେ ମୁନିଗୁଡା ପୁଲିସଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା ପରେ ତାଲା ଖୋଲିଥିଲେ । ଆଜି ପାହାନ୍ତିଆରୁ ଛାତ୍ରଙ୍କ ମୃତଦେହ ଗ୍ରାମରେ ପହଁଚିବା ପରେ ଗ୍ରାମବାସୀମାନେ ଶବକୁ ବିଦ୍ୟାଳୟ ସମ୍ମୁଖରେ ରଖି କ୍ଷତିପୁରଣ ଦାବି କରୁଛନ୍ତି । ଘଟଣା ସ୍ଥଳରେ ମୁନିଗୁଡା ଥାନା ଆଇଆଇସି କେଶବ ଷଡଙ୍ଗୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସରସ୍ବତୀ ମୁନୀ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀ ଓ ବିଦ୍ୟାଳୟର ଶିକ୍ଷକମାନଙ୍କ ସହ ଆଲୋଚନା ଜାରି ରଖିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking