ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଷ୍ଟେଟ ଅଫ ଦ ୟୁନିଅନ ଅଭିଭାଷଣରେ କହିଛନ୍ତି, ଯୁଦ୍ଧ ରୋକିନଥିଲେ ପାକ ପିଏମ ବଞ୍ଚି ନ ଥାଆନ୍ତେ । ଗତ ବର୍ଷ ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଚାରି ଦିନିଆ ସାମରିକ ସଂଘର୍ଷ ସମେତ ବିଶ୍ୱର ୮ଟି ବଡ ଯୁଦ୍ଧକୁ ରୋକିଛନ୍ତି । ଅପରେସନ ସିନ୍ଦୂରକୁ ନେଇ ଡୋନାଲ୍ଡ ଟ୍ରମ୍ପ ବଡ ବୟାନ ଦେଇ ଆହୁରି କହିଛନ୍ତି, ଭାରତ ସହ ଯୁଦ୍ଧ ରୋକିବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଗୁହାରି କରିଥିଲେ । ଦୁଇ ଦେଶ ମଧ୍ୟରେ ପରମାଣୁ ଯୁଦ୍ଧ ହୋଇଥାଆନ୍ତା, ମୁଁ ରୋକିଲି । ଯୁଦ୍ଧ ରୋକି ନଥିଲେ ପାକ ପ୍ରଧାନମନ୍ତ୍ରୀ ସେହବାଜ ସରିଫ ବଞ୍ଚି ନଥାଆନ୍ତେ । ଯୁଦ୍ଧରେ ସାଢେ ୩ କୋଟି ଲୋକଙ୍କ ମୃତ୍ୟୁ ହୋଇଥାଆନ୍ତା କହିଥିଲେ ସରିଫ । ମୋ ହସ୍ତକ୍ଷେପ ଯୋଗୁଁ ଏହା ଟଳିଥିଲା । ଭାରତ ଲଗାତାର ଭାବେ କହି ଆସୁଛି ଯେ, ଭାରତ- ପାକିସ୍ତାନ ବିବାଦରେ କୌଣସି ତୃତୀୟ ହସ୍ତକ୍ଷେପ ନାହିଁ । ହେଲେ ପାକିସ୍ତାନ ଟ୍ରମ୍ପଙ୍କ ମଧ୍ୟସ୍ଥତାକୁ ଶ୍ରେୟ ଦିଏ ।










