26.1 C
Bhubaneswar
Sunday, May 3, 2026
Homeଦେଶ ବିଦେଶବିମାନ ଦୁର୍ଘଟଣାରେ ତୁର୍କୀ ବାୟୁସେନାର ପାଇଲଟଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ତୁର୍କୀ ବାୟୁସେନାର ପାଇଲଟଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଉଡ଼ାଣ ଆରମ୍ଭ କରିବାର ୬ ମିନିଟ୍ ମଧ୍ୟରେ F-୧୬ ବିମାନ ଦୁର୍ଘଟଣାଗ୍ରସ୍ତ ।ବୁଧବାର ସକାଳେ ପଶ୍ଚିମ ତୁର୍କୀର ଏକ ରାଜପଥ ନିକଟରେ ଏକ ତୁର୍କୀ ବାୟୁସେନା ଜେନେରାଲ ଡାଇନାମିକ୍ସ- ଏଫ-୧୬ ଫାଇଟିଂ ଫାଲକନ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ, ବିମାନଟି ବାଲିକେସି ପ୍ରଦେଶର ୯ମ ମୁଖ୍ୟ ଜେଟ ଘାଟିରୁ ଉଡାଣ ଆରମ୍ଭ କରିଥିଲା ହେଲେ ପରେ ମଧ୍ୟରାତ୍ରିରେ ରେଡିଓ ଏବଂ ରାଡାର ଯୋଗାଯୋଗ ହରାଇଥିଲା । ସୂଚନା ପାଇ ଘଟଣାସ୍ଥଳରେ ଫରେନସିକ ଟିମ ଏବଂ ଉଦ୍ଧାର ବାହିନୀ ଦଳ, ଅଗ୍ନିଶମ କର୍ମଚାରୀ, ଡାକ୍ତରୀଦଳ ପହଞ୍ଚିଥିଲେ । ଉଦ୍ଧାର ବାହିନୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା ସହ ବିମାନର ଭଗ୍ନାବଶଷକୁ ଠାବ କରିଥିଲେ । ତେବେ ଦୁର୍ଘଟଣାର କାରଣ ଜାଣିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ତୁର୍କୀର ରାଷ୍ଟ୍ରପତି, ପ୍ରତିରକ୍ଷା ମନ୍ତ୍ରୀ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ମୃତ ପାଇଲଟଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ଏହି ଘଟଣା ସାମ୍ପ୍ରତିକ ବର୍ଷଗୁଡ଼ିକରେ ତୁର୍କୀ ବାୟୁସେନା ପାଇଁ ଆଉ ଏକ ଦୁଃଖଦ ଦୁର୍ଘଟଣା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking