21.1 C
Bhubaneswar
Tuesday, February 24, 2026
Homeଓଡିଶାଧରାପଡ଼ିଲେ ପ୍ରେମିକ ସହିତ ନବବଧୂ

ଧରାପଡ଼ିଲେ ପ୍ରେମିକ ସହିତ ନବବଧୂ

ସମ୍ବଲପୁର: ବନ୍ଧୁକ ମୁନରେ ନବବଧୂ ଅପହରଣ ଘଟଣା। ସମ୍ବଲପୁରରୁ ଧରାପଡ଼ିଲେ ପ୍ରେମିକ ସହିତ ନବବଧୂ। ବୌଦ୍ଧ ଜିଲା ଅନ୍ତର୍ଗତ କଣ୍ଟାମାଳ ଥାନା ଅନ୍ତର୍ଗତ ଅଞ୍ଚଳରୁ ଗତ ରବିବାର ଭୋର ସମୟରେ ବନ୍ଧୁକ ମୁନରେ ଅପହୁତ ହୋଇଥିବା ନବବଧୂ ରଶ୍ମି ପଟେଲ (୧୯) ଏବଂ ଅପହରଙ୍କରଟା ସଞ୍ଜୟ ସାହୁ (୨୬) ଙ୍କୁ ପୁଲିସ ଗିରଫ କରିଛି । ନବବଧୂ ତଥା କଣ୍ଟାମାଳ ଥାନା ଅନ୍ତର୍ଗତ କଣ୍ଟାମାଳ ବ୍ଲକ ଛକର ରଶ୍ମି ଙ୍କ ସହ କଣ୍ଟାମାଳ ବଡ଼ଚାପଲି ଗାଁର ସଞ୍ଜୟ ସାହୁ ଓରଫ ବୁଠିଙ୍କର ପୂର୍ବରୁ ପ୍ରେମ ସମ୍ପର୍କ ରହିଥିଲା । ତେବେ ପରିବାର ପକ୍ଷରୁ ବଲାଙ୍ଗୀର ସହର କାମାକ୍ଷାନଗର ନିବାସୀ ହରିବନ୍ଧୁ ପୁଟେଲ (ରିଙ୍କୁ) ଙ୍କ ସହିତ ରଶ୍ମିଙ୍କ ବିବାହ ସ୍ଥିର ହୋଇଥିଲା।ବୈଦିକ ରୀତିନୀତି ଅନୁଯାୟୀ, ବିବାହ ପରେ ଏକ ସୁସଜ୍ଜିତ କାରରେ ନବବଧୂଙ୍କୁ ଧରି ଘରକୁ ବରପକ୍ଷ ଫେରୁଥିଲେ । କିନ୍ତୁ ତରଭା ସହର ନିକଟସ୍ଥ ବଡବନ୍ଧ ନିକଟରେ ରବିବାର ଭୋର ପ୍ରାୟ ୫ଟା ସମୟରେ ଏକ ବୁଲାଣି ରାସ୍ତାରେ ବରକନ୍ୟାଙ୍କ କାରକୁ ଅଭିଯୁକ୍ତ ମାନେ ଆସିଥିବା କାରରେ ଓଭରଟେକ୍‌ କରି  ଅଟକାଇ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking