ଭୁବନେଶ୍ବର : ଆଜି ବି ବର୍ଷା ସମ୍ଭାବନା । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର । ଏହା ସହ ରାଜ୍ୟକୁ ପ୍ରବେଶ କରୁଛି ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ । ପ୍ରଭାବରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ଉତ୍ତର ଉପକୂଳର ୧୫ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ସୁଦୃଶ ଲଘୁଚାପ କ୍ଷେତ୍ରଟି ସମୁଦ୍ର ପତନରୁ ପ୍ରାୟ ୫.୮ କି.ମି. ପର୍ଯ୍ୟନ୍ତ ବିସ୍ତାରିତ ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ଆହୁରି ସକ୍ରିୟ ହୋଇଛି ।










