30.1 C
Bhubaneswar
Tuesday, February 24, 2026
Homeଓଡିଶାଏନଆଇଟି କ୍ୟାମ୍ପସରେ ହାତୀ ଆତଙ୍କ

ଏନଆଇଟି କ୍ୟାମ୍ପସରେ ହାତୀ ଆତଙ୍କ

ରାଉରକେଲା: ବିଶ୍ରା ବ୍ଲକ ଅଧୀନସ୍ଥ ସନ୍ତୋଷପୁର ପଞ୍ଚାୟତ ରିଜର୍ଭ ଫରେଷ୍ଟରେ ଗତକାଲି ପ୍ରବେଶ କରିଥିବା ୨୬ଟି ଜଙ୍ଗଲି ହାତୀ ଆଜି ସକାଳେ ଦୁଇ ଭାଗରେ ବିଭକ୍ତ ହୋଇ ଅଲଗା ଅଲଗା ଦିଗକୁ ଗତି କରିଥିବା ସୂଚନା ମିଳିଛି । ଯାହା ଫଳରେ ସମଗ୍ର ଅଞ୍ଚଳରେ ଆତଙ୍କ ଓ ଚିନ୍ତାର ପରିସ୍ଥିତି ସୃଷ୍ଟି ହୋଇଛି । ରାଉରକେଲା ଏନଆଇଟି ପରିସରରେ ୫ଟି ହାତୀ ପ୍ରବେଶ କରିଥିବା ବେଳେ ଅନ୍ୟ ୨୧ଟି ହାତୀ ବିଶ୍ରା ବ୍ଲକ ଅଧୀନସ୍ଥ ଜାମସେରା ପଞ୍ଚାୟତର ଖାଦାନ ଟୋଲି ଠାରେ ପହଞ୍ଚିଛି । ମାତ୍ର ଏନଆଇଟି ପରିସରରେ ହାତୀ ପ୍ରବେଶ କରିଥିବା ସୂଚନା ପାଇବା ପରେ ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି ହୋଇଛି । ଏନଆଇଟି କର୍ତ୍ତୃପକ୍ଷଙ୍କ ତରଫରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଏବଂ ଛାତ୍ରଛାତ୍ରୀଙ୍କୁ ଅନାବଶ୍ୟକ ଭାବେ ବାହାରକୁ ନଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଣୁ ରାଉରକେଲା ବନ ବିଭାଗର ଏକ ବିଶଷ ଟିମ ଏନଆଇଟି ପରିସରରେ ଉପସ୍ଥିତି ରହି ହାତୀମାନଙ୍କ ଗତିବିଧି ଉପରେ କଡା ନଜର ରଖିଛନ୍ତି । ଅନ୍ୟପଟେ ଜାମସେରା ଗାଁରେ ୨୧ ଟି ହାତୀ ପହଞ୍ଚିଥିବାରୁ ଗ୍ରାମବାସୀମାନେ ଭୟଭୀତ ଅବସ୍ଥାରେ ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking