ଭୁବନେଶ୍ୱର: ଆସନ୍ତାକାଲି ବିଜେଡିର ବିଶାଳ ଚାଷୀ ସମାବେଶ । ବିଜେପି ସରକାର ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେଡି । ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିକ୍ଷୋଭକୁ ଓହ୍ଲାଇବେ । ଚାଷୀ ଆଇନ ଶୃଙ୍ଖଳା ଭଳି କିଛି ବୃହତ ସମସ୍ୟା ନେଇ ଆସନ୍ତାକାଲି ଭୁବନେଶ୍ୱର ରାଜରାସ୍ତାରେ ଆନ୍ଦୋଳନକୁ ଓହ୍ଲାଇବେ ନବୀନ ଏବଂ ତାଙ୍କ ଦଳ । ଚାଷୀ ଆଇନଶୃଙ୍ଖଳା ଭଳି ସଙ୍ଗୀନ ସମସ୍ୟାକୁ ଅଣଦେଖା କରିଥିବା ଯୋଗୁଁ ବିଜେଡି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଛି । ଏନେଇ ବିଜେଡି ପ୍ରେସମିଟ କରି ସୂଚନା ଦେଇଛି । ଏପଟେ ବିଜେପି ରାଜ୍ୟ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ବିଜେଡିର ନୌତିକତା ନାହିଁ , ଚାଷୀଙ୍କ ପାଇଁ ପ୍ରଶ୍ନ କରିବା । ବିଜେଡି ୨୪ ବର୍ଷ ଶାସନରେ କଣ କରିଥିଲା ବୋଲି ସେ ପ୍ରସ୍ନ କରିଛନ୍ତି ।










