ଗଞ୍ଜାମ: ହାତୀ ଆକ୍ରମଣରେ ଗୋଟିଏ ଗାଁର ୨ ଜଣଙ୍କ ମୃତ୍ୟୁ । ଗଞ୍ଜାମ ଦିଗପହଣ୍ଡି ଭୀଷ୍ମଗିରି ବିଟ୍ ଅଧୀନ ଜକମେରିପଲ୍ଲୀ ଗାଁରୁ ଆସିଛି ଏ ଦୁଃଖଦ ଘଟଣା । ହାତୀ ଆକ୍ରମଣରେ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଉଭୟ ପରିବା ତୋଳିବାକୁ ବିଲକୁ ଯାଇଥିଲେ । ହଠାତ ସେମାନଙ୍କୁ ହାତୀ ଆକ୍ରମଣ କରିଥିଲା । ମହିଳା ଜଣଙ୍କ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଅନ୍ୟଜଣଙ୍କୁ ଦିଗପହଣ୍ଡି ଡାକ୍ତରଖାନା ଅଣାଯାଇଥିଲା । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି । ମୃତକମାନେ ହେଲେ ଗାଁର ଗୋପୀନାଥ ପ୍ରଧାନ ଓ ଉର୍ମିଳା ରାଉତ।









