27.1 C
Bhubaneswar
Sunday, February 22, 2026
Homeଖେଳଆଜି ଭାରତ-ଦକ୍ଷିଣ ଆଫ୍ରିକା ମୁକାବିଲା

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମୁକାବିଲା

ଅହମ୍ମଦାବାଦ: ଟ୍ବେଣ୍ଟି୨୦ ବିଶ୍ବକପ୍‌ର ଲିଗ୍‌ ପର୍ଯ୍ୟାୟରେ ଖେଳିଥିବା ୨୦ଟି ଦଳଙ୍କ ମଧ୍ୟରୁ ସବୁଠାରୁ ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି ଭାରତ ଓ ଦକ୍ଷିଣ ଆଫ୍ରିକା। ଉଭୟ ଦଳ ୩ଟି ମ୍ୟାଚ୍‌ ସହଜରେ ଜିତିଥିଲେ। ଦକ୍ଷିଣ ଆଫ୍ରିକା ସୁପର ଓଭରରେ ଆଫ୍‌ଗାନିସ୍ତାନକୁ ହରାଇଥିଲା। ଆମେରିକା ବିପକ୍ଷ​‌ରେ ଭାରତକୁ ସଂଘର୍ଷ କରିବାକୁ ପଡ଼ିଥିଲା। ୨୦୨୪ ବିଶ୍ବକପ୍‌ ଫାଇନାଲ ଉଭୟ ଦଳଙ୍କ ମଧ୍ୟରେ ଖେଳା ଯାଇଥିବା ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌କୁ ଭାରତ ଜିତିଥିଲା। ଆଜି ଏଠାରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ସୁପର ଏଇଟ୍‌ସର ଗ୍ରୁପ୍‌-୧ ମ୍ୟାଚ୍‌ ଖେଳାଯିବ। ଉଭୟ ଦଳ ଏହି ବିଶ୍ବକପ୍‌ ଜିତିବାକୁ ବଡ଼ ଫେଭରିଟ୍‌। ଉଭୟ ଦଳ ଅଦ୍ୟାବଧି ଭଲ ପ୍ରଦର୍ଶନ କରିଥିବାରୁ କ୍ରିକେଟ୍‌ ବିଶେଷଜ୍ଞ ଏହି ମ୍ୟାଚ୍‌କୁ ଫାଇନାଲ ପୂର୍ବର ଫାଇନାଲ ବୋଲି କହିଛନ୍ତି। ଲିଗ୍‌ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା କଷ୍ଟସାଧ୍ୟ ଗ୍ରୁପ୍‌ରେ ଥାଇ ସମସ୍ତ ମ୍ୟାଚ୍‌ ଜିତିଛି। ଦକ୍ଷିଣ ଆଫ୍ରିକା ଜିତିଥିବା ଦୁଇ ଆଇସିସି ଇଭେଣ୍ଟ ହେଉଛି ୧୯୯୮ ଚମ୍ପିଆନ୍‌ସ ଟ୍ରଫି ଓ ୨୦୨୫ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌। ସୀମିତ ଓଭରର କୌଣସି ବିଶ୍ବକପ୍‌ ଜିତିନଥିବା ଦକ୍ଷିଣ ଆଫ୍ରିକା ଉକ୍ତ ଧାରା ଭାଙ୍ଗିବାକୁ ପ୍ରୟାସ କରିବ।

ଲିଗ୍‌ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡ ଭଳି ଦଳକୁ ସହଜରେ ପରାସ୍ତକରି ଦକ୍ଷିଣ ଆଫ୍ରିକା ତା’ର ଶକ୍ତି ପ୍ରଦର୍ଶନ କରିଛି। ଅନ୍ୟପକ୍ଷରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ଭାରତ କ୍ରମାଗତ ୧୨ଟି ମ୍ୟାଚ୍‌ ଜିତିଛି। ଉଭୟ ଦଳଙ୍କ ମୁକାବିଲାକୁ କ୍ରିକେଟପ୍ରେମୀ ଅପେକ୍ଷା କରିଛନ୍ତି। ଭାରତ ଓ ଦକ୍ଷିଣ ଆଫ୍ରିକା ବିଜୟ ସହ ସୁପର ୮ ପର୍ଯ୍ୟାୟ ଆରମ୍ଭ କରିବାକୁ ଚାହିଁବେ। କାରଣ ରବିବାର ମ୍ୟାଚ୍‌ରେ ଯେଉଁ ଦଳ ପରାସ୍ତହେବ; ଏହାକୁ ବାକି ୨ଟିଯାକ ମ୍ୟାଚ୍‌ ନିଶ୍ଚୟ ଜିତିବାକୁ ପଡ଼ିବ। ଦକ୍ଷିଣ ଆଫ୍ରିକା ୪ଟିରୁ ୩ଟି ଲିଗ୍‌ ମ୍ୟାଚ୍‌ ଅହମ୍ମଦାବାଦରେ ଖେଳିଛି। ତେଣୁ ଏଠାକାର ପିଚ୍‌ ଓ ବାତାବରଣ ସହ ଏହା ଭଲଭାବେ ଅବଗତ। ନେଦରଲାଣ୍ଡ୍‌ସ ବିପକ୍ଷରେ ଶେଷ ମ୍ୟାଚ୍‌ ଭାରତ ଏଠାରେ ଖେଳିଥିଲା। ଦକ୍ଷିଣ ଆଫ୍ରିକାର ଦୁଇ ଓପ୍‌ନର କ୍ବିଣ୍ଟନ ଡି କ୍‌ ଓ ଅଧିନାୟକ ଐଡେନ ମାର୍କରାମ ଆରମ୍ଭରୁ ଭଲ ବ୍ୟାଟିଂ କରୁଛନ୍ତି। ମାର୍କରାମ ୨ଟି ଅର୍ଦ୍ଧଶତକ ସହ ୧୭୮ ରନ୍‌ କରିଛନ୍ତି। ଡି କକ୍‌ ଏବଂ ୩ନଂରେ ବ୍ୟାଟିଂ କରୁଥିବା ରିୟାନ୍ ରିକେଲ୍‌ଟନ ମଧ୍ୟ ଆକ୍ରମଣାତ୍ମକ ବ୍ୟାଟିଂକରି ୧୦୦ରୁ ଅଧିକ ରନ୍‌ କରିଛନ୍ତି। ମଧ୍ୟକ୍ରମରେ ଦୁଇ ଯୁବ ବ୍ୟାଟର ଟ୍ରିଷ୍ଟାନ୍ ଷ୍ଟବ୍‌ସ ଥିବା ବେଳେ ଫିନିସର ଭାବେ ଡେଭିଡ୍‌ ମିଲର ଅଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking