34.1 C
Bhubaneswar
Saturday, February 21, 2026
Homeଓଡିଶାରାଜ୍ୟର ୧୨ ଜିଲ୍ଲାରେ ଅଧିକ ବାଲ୍ୟ ବିବାହ

ରାଜ୍ୟର ୧୨ ଜିଲ୍ଲାରେ ଅଧିକ ବାଲ୍ୟ ବିବାହ

ଭୁବନେଶ୍ୱର: ରାଜ୍ୟର ୧୨ ଜିଲ୍ଲାରେ ଅଧିକ ହୋଇଛି ବାଲ୍ୟ ବିବାହ । ତେବେ ଜାତୀୟ ହାର ଠାରୁ ରାଜ୍ୟରେ କମ ରହିଛି ବାଲ୍ୟ ବିବାହ ହାର । ଗୃହରେ ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇ କହିଛନ୍ତି, ଜାତୀୟ ହାର ୨୩.୩%, ଓଡିଶାରେ ବାଲ୍ୟବିବାହ ହାର ୨୦.୫% ରହିଛି । ବାଲ୍ୟ ବିବାହ ହାର ନବରଙ୍ଗପୁରରେ ୩୯.୪ %, ନୟାଗଡରେ ୩୫.୭% ସେହିପରି କୋରାପୁଟରେ ୩୫.୫, ରାୟଗଡାରେ ୩୩.୨, ମାଲକାନଗିରିରେ ୩୨.୪% ରହିଛି । ମୟୁରଭଞ୍ଜରେ ୩୧.୩, କେନ୍ଦୁଝରରେ ୨୯, ଗଜପତିରେ ୨୮.୧ % ଥିବା ବେଳେ ବାଲେଶ୍ୱରରେ ୨୬.୪, ବୌଦ୍ଧରେ ୨୫.୩ ଓ ଅନୁଗୁଳରେ ୨୫ % ବାଲ୍ୟ ବିବାହ ହାର ରଛିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking