33.1 C
Bhubaneswar
Saturday, February 21, 2026
Homeଓଡିଶାଟ୍ରକକୁ ପଛରୁ ପିଟିଲା କାର: ୨ ମୃତ

ଟ୍ରକକୁ ପଛରୁ ପିଟିଲା କାର: ୨ ମୃତ

ଅନୁଗୋଳ: ଜାତୀୟ ରାଜପଥ-୫୫ର ଜରପଡା ଥାନା ଅନ୍ତର୍ଗତ ମରାତିରା ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି । ମୃତକଙ୍କ ମଧ୍ୟରେ ଅଛନ୍ତି ଛାତ୍ର ବିଜେଡି ନେତା ଅମିତ ସିକୁ । ସୂଚନା ଅନୁଯାୟୀ, ରାତି ପ୍ରାୟ ୧୨ଟା ୪୦ ମିନିଟରେ ଏକ ହୋଣ୍ଡା ସିଟି କାରରେ ତିନିଜଣ ଯୁବକ ସମ୍ବଲପୁର ଅଭିମୁଖେ ଯାଉଥିଲେ । ସେମାନେ ତାଳଚେରରୁ ବାହାରି ମରାତିରା ଛକରେ ପହଞ୍ଚିବା ସମୟରେ ହଠାତ ଏକ ପାଇପ ବୋଝେଇ ଟ୍ରକକୁ ପଛରୁ ପିଟି ହୋଇଥିଲା କାର । ଏହାଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ । ତେଣେ ଦୁର୍ଘଟଣା ପରେ ଟ୍ରକ ଚାଳକ ଗାଡି ଛାଡି ଫେରାର ହୋଇ ଯାଇଥିଲେ । ସ୍ଥାନୀୟ ଲୋକେ ଗୁରୁତର ଥିବା ସନ୍ଥପଡା ଗାଁର ଗୋପାଳଙ୍କୁ ତୁରନ୍ତ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଦୁଇ ମୃତକ ଏବଂ ଗୁରୁତର ଯୁବକ ଏକ ବାହାଘର ଉତ୍ସବରେ ଯୋଗ ଦେବା ଲାଗି ସମ୍ବଲପୁର ଯାଉଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଗାଡିକୁ ଜବତ କରିବା ସହ ତଦନ୍ତ ଚଳାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking