ଖୋର୍ଦ୍ଧା: ବୋଲଗଡ ବିଡିଓଙ୍କ କାର ଭାଙ୍ଗିଲେ ନିର୍ବାଚନ ଜନପ୍ରତିନିଧି । ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ନିର୍ବାଚିତ ଜନପ୍ରତିନିଧି । ବ୍ଲକ ଅଫିସରେ ଧସେଇ ପଶିବା ବେଳେ ପୋଲିସ ସହ ଠେଲାପେଲା ପରିସ୍ଥିତି ଉପୁଜିଥିଲା । ୧୦ ଦିନ ଧରି ଆନ୍ଦୋଳନ ଚଳାଇଛନ୍ତି ଅନେକ ନିର୍ବାଚିତ ଜନପ୍ରତିନିଧି । ବିଡିଓ ଅସମ୍ମାନ କରୁଥିବା ଓ ଗଣତନ୍ତ୍ର ଦିବସରେ ଅସହଯୋଗ କରିଥିବା ଅଭିଯୋଗ ହୋଇଛି । ବ୍ଲକ ଅଧ୍ୟକ୍ଷାଙ୍କ ସହ ୧୯ ପଞ୍ଚାୟତର ଜନପ୍ରତିନିଧି ଚଳାଇଛନ୍ତି ଆନ୍ଦୋଳନ ।










