17.1 C
Bhubaneswar
Thursday, February 19, 2026
Homeଓଡିଶାଦଳର ବରିଷ୍ଠ ରାଜ୍ୟସଭା ଯାଆନ୍ତୁ: ବଦ୍ରି

ଦଳର ବରିଷ୍ଠ ରାଜ୍ୟସଭା ଯାଆନ୍ତୁ: ବଦ୍ରି

ଭୁବନେଶ୍ୱର: ଦଳ ପାଇଁ କାମ କରୁଥିବା ବରିଷ୍ଠ ରାଜ୍ୟସଭା ଯାଆନ୍ତୁ । ରାଜ୍ୟସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ପାତ୍ର ପ୍ରତକ୍ରିୟା ରଖି କହିଛନ୍ତି, ବିଜେଡିର ପ୍ରାର୍ଥୀ ରାଜନୈତିକ ଲୋକ ହେବା ଦରକାର । ଦଳ ପାଇଁ କଠିନ ପରିଶ୍ରମ କରିଥିବା ବରିଷ୍ଠ ରାଜ୍ୟସଭା ଗଲେ ଭଲ ହେବ । ବିଜେପି ୩ ଆସନ ମେଇପାରିବ ଯଦି ନେଇଯାଉ । ରାଜ୍ୟସଭା ନିଷ୍ପତ୍ତି ନବୀନ ନେବେ, ଅପେକ୍ଷା କରନ୍ତୁ କି ନିଷ୍ପତ୍ତି ନେବେ । ଅନ୍ୟପଟେ ରାଜ୍ୟସଭା ନିର୍ବାଚନ ତାରିଖ ଘୋଷଣା ପରେ ରାମଚନ୍ଦ୍ର କାଡାମ ପ୍ରତିକ୍ରିୟା ରଖି କହିଛନ୍ତି, ଦଳ ଭିତରୁ ଜଣଙ୍କୁ ପ୍ରାର୍ଥୀ କରିବୁ, ଏକ ହୋଇ ଜିତାଇବାକୁ ଚେଷ୍ଟା କରିବୁ । ନବୀନଙ୍କୁ ଆମ ସଭାପତି ଭେଟିବା ପରେ ଆହୁରି ସ୍ପଷ୍ଟତା ଆସିବ । ବିଜେଡି ସମର୍ଥନ ପାଇଁ ପ୍ରୟାସ କରିବାରେ କିଛି ଅସୁବିଧା ନାହିଁ । ମିଳିତ ପ୍ରାର୍ଥୀ ପାଇଁ ପ୍ରୟାସ କରିବାରେ ବି କିଛି ଅସୁବିଧା ନାହିଁ । ସୂଚନାଥାଉକି, ମାର୍ଚ୍ଚ ୧୬ରେ ହେବ ରାଜ୍ୟସଭା ନିର୍ବାଚନ । ୧୦ ରାଜ୍ୟର ୩୭ ଆସନ ପାଇଁ ହେବ ନିର୍ବାଚନ । ଓଡିଶାର ୪ ଆସନ ପାଇଁ ମଧ୍ୟ ହେବ ନିର୍ବାଚନ । ମାର୍ଚ୍ଚ ୧୬ ତାରିଖ ସକାଳ ୯ଟାରୁ ଅପରାହ୍ମ ୪ଟା ଯାଏଁ ଭୋଟ ଗ୍ରହଣ ହେବ । ଅପରାହ୍ଣ ୫ଟାରେ ଭୋଟ ଗଣତି ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking