ଭୁବନେଶ୍ୱର: ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନ । ଚାଲିପାରିଲାନି ଗୃହ । ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖାଦେଇଛି । ଦ୍ୱିତୀୟ ଦିନରୁ ଗୃହରେ ଚାଷୀ ତାତି ଦେଖିବାକୁ ମିଳିଛି । ରାଜ୍ୟରେ ଧାନ କିଣାରେ ଅବ୍ୟବସ୍ଥା, ମଣ୍ଡି ସମସ୍ୟା, କଟଣା ଛଟଣୀ ଏସବୁ ସମସ୍ୟାକୁ ନେଇ ରାଜ୍ୟରେ ଚାଷୀ ହନ୍ତସନ୍ତ ହେଉଥିବାରୁ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଉଭୟ ବିଜେଡି ଓ କଂଗ୍ରେସ ଗୃହର ମଧ୍ୟଭାଗକୁ ଆସି ପ୍ଲା କାର୍ଡ ଧରି ପ୍ରତିବାଦ କରିଛନ୍ତି । ନାରାବାଜୀ ସହ ଗୃହରେ ଧାନ ରଖି ହୋହଲ୍ଲା କରିଛନ୍ତି । ମୁଣ୍ଡରେ ଧାନ ମୁଣ୍ଡାଇ ଗୃହକୁ ଆସିଲେ ରଞ୍ଜନ ବିଶ୍ୱାଳ । ରିପୋର୍ଟର ଟେବୁଲ ଉପରେ ଧାନ ରଖି ପ୍ରତିବାଦ କରିଛନ୍ତି । ଏପରି ବିଶୃଙ୍ଖଳାରେ ଗୃହ କାର୍ଯ୍ୟ ଚାଲିପାରିନଥିଲା । ଏନେଇ ୧୧ଟା ୩୦ ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ ।










