କଟକ: ଜଣାଶୁଣା ଜ୍ୟୋତିଷ ଶାସ୍ତ୍ରୀ ତଥା ଭୃଗୁ ଜ୍ୟୋତିଷ ପଣ୍ଡିତ ଶ୍ରୀଧର ଆଚାର୍ଯ୍ୟଙ୍କର ପରଲୋକ ହୋଇଛି । ପଣ୍ଡିତ ଶ୍ରୀଧର ଆଚାର୍ଯ୍ୟଙ୍କର ଆଜି ହୃଦଘାତରେ ପରୋଲକ ଘଟିଛି । ତାଙ୍କୁ ମାତ୍ର ୫୧ ବର୍ଷ ବୟସ ହୋଇଥିଲା । ତାଙ୍କ ନିଜ ଘର କଟକ ଜିଲ୍ଲା ନରସିଂହପୁର ଅଞ୍ଚଳରେ । ସେ ଭୁବନେଶ୍ୱରରେ ରହୁଥିଲେ । ଏବଂ କ୍ୟାପିଟାଲ ହସ୍ପିଟାଲରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ବେଦ ବେଦାନ୍ତ ସହ ଜ୍ୟୋତିଷ ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ର ଉପରେ ପଣ୍ଡିତ ଆଚାର୍ଯ୍ୟଙ୍କର ଗଭୀର ଦକ୍ଷତା ରହିଥିଲା । ସେ ବିଭିନ୍ନ ସମୟରେ ରାଜ୍ୟ ଦେଶ ଏବଂ ନେତାଙ୍କର ମଧ୍ୟ ଗଣନା କରି ଚର୍ଚାରେ ରହିଥିଲେ । ତାଙ୍କ ପରଲୋକରେ ଜ୍ୟୋତିଷଶାସ୍ତ୍ରୀ ମହଲରେ ଶୋକର ଛାୟା ଖେଳିଯାଇଛି ।










