ଭୁବନେଶ୍ଵର: ଆଜି ପବିତ୍ର ମହାଶିବରାତ୍ରୀ। ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ବିଭିନ୍ନ ଶୈବପୀଠ। ଲିଙ୍ଗରାଜ ମନ୍ଦିରରେ ମଧ୍ୟ ବାବାଙ୍କୁ ଦର୍ଶନ କରିବା ଲାଗି ସକାଳୁ ପ୍ରବଳ ଭକ୍ତଙ୍କ ଗହଳି ପରିଲକ୍ଷିତ ହୋଇଛି। ଏହାରି ମଧ୍ୟରେ ମନ୍ଦିର ଭିତରେ ଦୁଇ ସେବାୟତ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଧସ୍ତାଧସ୍ତି ସାଙ୍ଗକୁ ମାରପିଟ୍ ପରିସ୍ଥିତି ସୃଷ୍ଟି ହୋଇଛି। ପୁଲିସ୍ ଏବଂ ସେବାୟତଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ସେବାୟତଙ୍କର ନିଜ ପରିବାର ଲୋକ ଦର୍ଶନ କରିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।










