22.1 C
Bhubaneswar
Thursday, February 12, 2026
Homeଓଡିଶାପୁଣି ମଦ୍ୟପାନ କରି ସପ୍ତମ ଶ୍ରେଣୀର ଦୁଇ ଛାତ୍ର ଚେତାଶୂନ୍ୟ

ପୁଣି ମଦ୍ୟପାନ କରି ସପ୍ତମ ଶ୍ରେଣୀର ଦୁଇ ଛାତ୍ର ଚେତାଶୂନ୍ୟ

ନୟାଗଡ: ନୟାଗଡ ଜିଲ୍ଲା ଦଶପଲ୍ଲା ଏନସି ଅନ୍ତର୍ଗତ ଦଶପଲ୍ଲା ଉଚ୍ଚ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଦୁଇ ଛାତ୍ର ମଦ୍ୟପାନ କରି ଆସିଥିବା ବେଳେ ଚେତାଶୂନ୍ୟ ହୋଇପଡିଛନ୍ତି |ପରିବାର ଲୋକ ଆସିବା ପରେ ସେମାନଙ୍କୁ ହସ୍ତାନ୍ତର କରାଯାଇଛି | ସେପଟେ ନିଶାସକ୍ତ ଛାତ୍ରଙ୍କ ମା ଅଭିଯୋଗ କରିଛନ୍ତି ପୁଅ ଘରୁ ମଦ ପିଇକି ଆସିନାହିଁ ବିଦ୍ୟାଳୟରେ କିଛି ପିଲାଙ୍କ ସହିତ ମିଶି ମଦ୍ୟପାନ କରିଛି |ତେବେ ପ୍ରଧାନଶିକ୍ଷକ ଏହାକୁ ଖଣ୍ଡନ କରିଛନ୍ତି | ପ୍ରଧାନଶିକ୍ଷକ ସୁବାସ ଚନ୍ଦ୍ର ସାହୁ କହିଛନ୍ତି ସେସବୁ ପିଲା ଘରୁ ମଦ ପିଇକି ଆସିଛନ୍ତି | ବିଦ୍ୟାଳୟରେ ଜଣାପଡ଼ିବା ପରେ ସେମାନଙ୍କ ଘର ଲୋକଙ୍କୁ ଡକାଯାଇଥିଲା | ସେମାନଙ୍କର ଏବେ ଚେତା ଫେରିବା ପରେ ଘରକୁ ଯାଇଛନ୍ତି |

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking