ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପୌରାଞ୍ଚଳରେ ସିରିଜ ଚୋରୀ ହୋଇଛି। ପଟ୍ଟାମୁଣ୍ଡାଇ ସହରସମେତ ପୌରାଞ୍ଚଳର ବିଭିନ୍ନ ଅଞ୍ଚଳରୁ ଲୁଟେରାମାନେ ୧୦୦ରୁ ଅଧିକ ଏସିରୁ କପର ପାଇପ କାଟି ନେଇଛନ୍ତି। ସମ୍ପ୍ରତି ଥଣ୍ଡା ଲାଗି ରହିଥିବାରୁ ପ୍ରାୟତଃ ବିଭିନ୍ନ ଘର ଓ ଅଫିସରେ ଏସି ଚାଲୁନାହିଁ। ଫଳରେ ଲୁଟେରାମାନେ ଏହାର ଫାଇଦା ଉଠାଇ ପଟ୍ଟାମୁଣ୍ଡାଇ ଆହର କେନ୍ଦ୍ରରୁ ୩ଟି ଏସିର ପାଇପ ତାର, ସମ୍ରାଟ ସେଲୁନର ଏସି ପାଇପ ତାର କଟା ଯାଇଥିବା ବେଳେ ପଟ୍ଟାମୁଣ୍ଡାଇ ଏଲ୍ଆଇସି ଅଫିସରୁ ୧୯ଟିରୁ ଅଧିକ ଏସି ପାଇପର ତାର କଟାଯାଇଛି । ସେହିପରି ରିଲାୟନ୍ସ ଫ୍ରେସର ୧୦ଟି ଏସି ପାଇପ ତାର ପୋଖରୀଆପଡା ଇଣ୍ଡିଆନ ବ୍ୟାଙ୍କ ୪ଟି ଏସି ପାଇପ ତାର ପଟ୍ଟାମୁଣ୍ଡାଇ ଷ୍ଟେଟ ବ୍ୟାଙ୍କର ୪ଟି ଏସି ପାଇପ ତାର, ପୋଖରୀଆପଡା ଗ୍ରାମରୁ ୩ଜଣ ଘରୋଇ ବ୍ୟକ୍ତିଙ୍କ ଏସି ପାଇପ ତାର କାଟି ନେଇଛନ୍ତି।
ଏହା ବାଦ ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଞ୍ଚ ଅଫିସରୁ ମଧ୍ୟ ୪ଟି ଏସି ପାଇପ ଚୋରିଛି। ଏ ସମ୍ପର୍କ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଏକାଧିକ ଲିଖିତ ଅଭିଯୋଗ କରାଯାଇଛି । ପଟ୍ଟାମୁଣ୍ଡାଇ ସହରରେ ଅଧିକାଶଂ ସ୍ଥାନରେ ସିସି କ୍ୟାମେରା ଲାଗିଥିଲେ ମଧ୍ୟ ଲୁଟେରା ମାନେ ୧ତାଲା ୨ତାଲା ଓ ୩ ତାଲା ଉପରକୁ ଚଢି ଏସିର କପର ତାର କାଟିନେଇଛନ୍ତି । ପଟ୍ଟାମୁଣ୍ଡାଇ ଚୂନଢିହ ଠାରେ ଥିବା ରାଜ କମ୍ୟୁନିକେସ ମାଲିକ ରାଜକୁମାର ସାହୁଙ୍କ ଘରୁ ଚୋର ମାନେ ଗେଟ ତାଲା ଭାଙ୍ଗି ଗାଡି ଚୋରୀ କରି ନେଇଛନ୍ତି ବୋଲି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଂଚଳ ରେ ଏସି ପାଇପ ତାର ଚୋରୀ ଘଟଣା ବହୁଳ ଭାବେ ହେଉଥିବାରୁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୁଲିସ ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । କେନ୍ଦ୍ରାପଡ଼ା ଏସ୍ପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦ୍ଦେଶରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୁଲିସ ସ୍ୱତନ୍ତ୍ର ସ୍ୱାର୍ଡ ଗଠନ କରି ଏସି ପାଇପ୍ ତାର ଚୋରଙ୍କ ଉପରେ ଦୃଷ୍ଟି ରଖିଥିଲା। ସ୍ଥାନୀୟ ପୁଲିସ ବିଭିନ୍ନ ସ୍ଥାନ ଚଢାଇ କରି ଏସି ପାଇପ ତାର ଚୋରୀ କରିଥିବା ପିଣ୍ଟୁ ପଙ୍କଜ ମଳିକ, ସଞ୍ଜୟ ମଳିକ, କାଳନ୍ଦୀ ମଳିକଙ୍କୁ ଗିରଫ କରିଛି। ଏ ନେଇ ପଟ୍ଟାମୁଣ୍ଡାରେ ଆଦର୍ଶ ଥାନାର ଆଇଆଇସି ବନ୍ଦନା ପାତ୍ର କେଶ ନଂ ୬୦/୨୦୨୬ ରେ ଏକ ମୋକଦମା ରୁଜୁ କରି ଗିରଫ ଅଭିଯୁକ୍ତଙ୍କୁ ଜେରା ପରେ ସମସ୍ତ ପ୍ରମାଣ ସହ ୩ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରାଯାଇଛି।










