ଆଳି: ରାଜକନିକା ତହସିଲ୍ର ବହୁ ଚର୍ଚ୍ଚିତ ଓଳାଭର ବଜାରରେ ଥିବା କେତେକ ବେଆଇନ ଦୋକାନ ଗୃହ ଜବର ଦଖଲକୁ ଉଚ୍ଛେଦ କରାଯିବା ବେଳେ ସ୍ଥାନୀୟ ଅଞ୍ଚଳବାସୀ ଓ ବ୍ୟବସାୟୀଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି। ଏହି ଜବରଦଖଲ ଉଚ୍ଛେଦ କରାଯବାକୁ ଦୀର୍ଘ ଦିନରୁ କସରତ ଜରି ରହିଥିବା ବେଳେ ବୁଧବାର ସଖାଳ ୧୦ ଘଟିକା ସମୟରେ ରାଜକନିକା ଅତିରିକ୍ତ ତହସିଲ୍ଦାର ଓ ପୁଲିସ ଫୋର୍ସ ମୁତୟନ ଥାଇ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମାତ୍ର ଉଚ୍ଛେଦ ପ୍ରକ୍ରିୟାରେ ପାତର ଅନ୍ତର ନୀତିକୁ ବିରୋଧ କରିଥିଲେ ସାଧାରଣ ବ୍ୟବସାୟୀ। ସେମାନଙ୍କ ଅଭିଯୋଗ ଅନୁଯାୟୀ ବଜାର ଉଚ୍ଛେଦ ପ୍ରକ୍ରିୟାରେ କାହିଁକି ଧନୀ ଗରିବ ଭେଦ ଭାବ ନୀତି ପ୍ରଶାସନ ଆପଣଉଛି।
ଗରିବଙ୍କ କ୍ୟାବିନ୍ ଗୃହ ଭାଙ୍ଗୁଥିବା ବେଳେ ବଡ଼ବଡିଆଙ୍କ କୋଠାଗୃହ ଦୋକାନ ଭଙ୍ଗାଯାଉନାହିଁ। ପୁନର୍ବାର ସାନି ମାପ କରାଯାଇ ଜବରଦଖଲ ଉଚ୍ଛେଦ କରାଯିବାକୁ ସ୍ଥାନୀୟ ବ୍ୟବସାୟୀ ସଂଘ ଅଡ଼ି ବସିଥିଲା ବେଳେ ଉତ୍ତେଜନା କାରଣରୁ ନିଜକୁ ଅସୁରକ୍ଷିତ ମନକରି ନିଜ ପାଇଁ ସୁରକ୍ଷା ମାଗିଛନ୍ତି ସାମାଜିକ କର୍ମୀ ନଳିନୀ ପୃଷ୍ଟି। ଘଟଣା ସମ୍ପର୍କରେ ରାଜକନିକା ଅତିରିକ୍ତ ତହସିଲଦାର ଦିନେଶ କୁମାର ପ୍ରଧାନକୁ ପଚାରିବାରୁ ପ୍ରତିକ୍ରିୟାରେ ସେ କହିଥିଲେ ଉପଜିଲ୍ଲାପାଳଙ୍କ ଅଫିସ୍ରୁ ଉଚ୍ଛେଦ ପ୍ରକ୍ରିୟା ପାଇଁ ନିର୍ଦ୍ଦେଶ ଆସିଥିଲା। କିନ୍ତୁ ସ୍ଥାନୀୟ ଅଞ୍ଚଳର ୫ ଶହରୁ ୬ ସହ ଲୋକେ ବିରୋଧ କରିଥିଲେ। ଉଚ୍ଛେଦ ପ୍ରକ୍ରିୟାରେ କୌଣସି ପାତର ଅନ୍ତର କରାଯାଇ ନଥିବା ବେଳେ ଅଭିଯୋଗକାରୀ ମାନେ ପୁନଃ ମାପ କରାଯିବାକୁ ନେଇ ଦାବି କରିଛନ୍ତି। ତହସିଲଦାର୍ଙ୍କ ପରାମର୍ଶ କ୍ରମେ ଯାହା ନିର୍ଦ୍ଦେଶ ଆସିବ ସେହି ଅନୁସାରେ କାର୍ଯ୍ୟ କରାଯିବ ବୋଲି କହିଥିଲେ। ତେବେ ଏଠି ସାଧାରଣରେ ପ୍ରଶ୍ନ ଉଠେ ଉଚ୍ଚ ନୟାଳୟଙ୍କ ନିର୍ଦ୍ଦେଶ ସତ୍ତ୍ୱେ କାହିଁକି ଉଚ୍ଛେଦ ପ୍ରକ୍ରିୟାରେ ପାତର ଅନ୍ତର କରାଯାଉଛି ବ୍ଲକ୍ ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ଛିଡା କରିଛି।










