30.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶପୁଣି ବାହାର ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ପୁଣି ବାହାର ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବାହାର ରାଜ୍ୟରେ ପୁଣି ଆଉ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ । ଶବ ଆଣିବାକୁ ସରକାରଙ୍କୁ ପରିବାର ଲୋକ ନେହୁରା ହୋଇଥିଲେ । କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା କୋଟପାଡି ଗାଁର ୫୫ ବର୍ଷୀୟ ଧନୁର୍ଯ୍ୟୟ ପଟେଲ ୨ ବର୍ଷ ତଳେ ଆନ୍ଧ୍ରପ୍ରଦେଶ ଗୁନ୍ଥରକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ଏକ ତମାଖୁ ଫ୍ୟାକ୍ଟ୍ରି ରେ ସେ କାମ କରୁଥିଲେ । ତେବେ ଗତକାଲି ହଠାତ ପେଟ ଯନ୍ତ୍ରଣା ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଜିଲ୍ଲା ଶ୍ରମ ବିଭାଗର ନିଶ୍କ୍ରିୟତା ଯୋଗୁଁ କଳାହାଣ୍ଡିରେ ବାରମ୍ବାର ଏଭଳି ଦାଦନ ମୃତ୍ୟୁ ଘଟୁଥିବା ଅଭିଯୋଗ ହେଉଛି । ମୃତଦେହକୁ ନିଜ ଗାଁକୁ ଫେରାଇ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ତୁରନ୍ତ ବ୍ୟବସ୍ଥା କରୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking