30.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଜନ ଗଣ ମନ ପୂର୍ବରୁ ବନ୍ଦେ ମାତରମ ବାଧ୍ୟତାମୂଳକ

ଜନ ଗଣ ମନ ପୂର୍ବରୁ ବନ୍ଦେ ମାତରମ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଜାତୀୟ ସଙ୍ଗୀତ ଜନ ଗଣ ମନ ପୂର୍ବରୁ ବାଧ୍ୟତାମୂଳକ ବନ୍ଦେ ମାତରମ । କେନ୍ଦ୍ର ସରକାର ଜାତୀୟ ଗୀତ ବନ୍ଦେ ମାତରମକୁ ନେଇ କିଛି ନିର୍ଦ୍ଦେଶାବଳୀ ରଖିଛନ୍ତି। ଭାରତର ଜାତୀୟ ଗୀତ ବନ୍ଦେ ମାତରମ ନେଇ ନୂଆ ବିଜ୍ଞପ୍ତି ଆସିଛି। ଏନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶନାମାଜାରି କରାଯାଇଛି । ପଦ୍ମ ପୁରସ୍କାର ଓ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ବାଧ୍ୟତାମୂଳକ ବୋଲି କୁହାଯାଇଛି । ଫିଲ୍ମ ହଲ ଭଳି ସାର୍ବଜନୀନ ସ୍ଥାନରେ ବାଜିପାରିବ ବନ୍ଦେମାତରମ । ସରକାରୀ ସ୍କୁଲ ଓ କାର୍ଯ୍ୟକ୍ରମରେ ବନ୍ଦେ ମାତରମ ଗାନ ହୋଇପାରିବ । ଅଫିସିଆଲ କାର୍ଯ୍ୟକ୍ରମରେ ମଧ୍ୟ ବନ୍ଦେ ମାତରମ ବାଧ୍ୟତାମୂଳକ । ବନ୍ଦେ ମାତରମ ଗାନ ବେଳେ ସାବଧାନ ଭଙ୍ଗୀରେ ରହିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଯଦି କେହି ଅସମ୍ମାନ କରନ୍ତି ସର୍ବାଧିକ ୩ ବର୍ଷ ଜେଲଦଣ୍ଡ ନିର୍ଦ୍ଦେଶ ଦିଆଯାଇଛି । ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ଲିଖିତ ବନ୍ଦେ ମାତରମ ଗାନ କରାଯିବ । ସ୍ୱାଧୀନତା ସଂଗ୍ରାମ ସମୟରେ ପ୍ରମୁଖ ସ୍ଲୋଗାନ ଥିଲା ବନ୍ଦେ ମାତରମ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking