21.1 C
Bhubaneswar
Wednesday, February 11, 2026
Homeଓଡିଶାମଦ୍ୟପାନ କରି ପତ୍ନୀଙ୍କୁ ହତ୍ୟା ଘଟଣା: ଆଜୀବନ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ

ମଦ୍ୟପାନ କରି ପତ୍ନୀଙ୍କୁ ହତ୍ୟା ଘଟଣା: ଆଜୀବନ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ

ଯାଜପୁର: ନୂତନ ନିୟାମାବଳି ୩ ମାସ ମଧ୍ୟରେ ଫଇସଲା ଅନୁଯାୟୀ ଅତିରିକ୍ତ ଜିଲା ଓ ଦୌରା ଜଜଙ୍କ କୋର୍ଟ ରେ ପ୍ରଥମ ରାୟ ପ୍ରକାଶ । ମଦ୍ୟପାନ କରି ନିଜ ପତ୍ନୀଙ୍କୁ ହତ୍ୟା ଘଟଣାରେ ଆଜୀବନ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ। ଅଭିଯୁକ୍ତ ସ୍ୱାମୀ ହେଲେ ବିଂଝାରପୁର ଥାନା ଚନ୍ଦ୍ରମୁଁ ଗାଁର ସୁଦାମ ମଲ୍ଲିକ। ୨୦୨୫ ମସିହାରେ ବିଂଝାରପୁର ଥାନା ଚନ୍ଦ୍ରମୁଁ ଗାଁରେ ନିଜ ଘରେ ମଦ୍ୟପାନ କରି ନିଜ ପତ୍ନୀଙ୍କୁ ଶାବୁଳରେ ଛେଚିବା ପରେ ଛୁରୀ ଭୁସି ହତ୍ୟା କରିଥିଲେ ଅଭିଯୁକ୍ତ । ଏ ନେଇ ଅଭିଯୁକ୍ତଙ୍କ ପରିବାର ବର୍ଗ ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଆଜି ଏହି ମାମଲା ର ଶୁଣାଣି କରିଛନ୍ତି ଅତିରିକ୍ତ ଜିଲ୍ଲା ଓ ଦୌରା ଅଦାଲତ । ୧୨ ଜଣଙ୍କ ସାକ୍ଷ ପ୍ରମାଣ ଓ ୧୭ ଗୋଟି ଦସ୍ତାବିଜକୁ ଆଧାର କରି ଅଭିଯୁକ୍ତ ଙ୍କୁ ଭାରତୀୟ ନ୍ୟାୟ ସଂହିତା ୮୫/୧୦୩(୧) ଅନୁଯାୟୀ ଆଜୀବନ କାରାଦଣ୍ଡାଦେଶ ସହ ୧ଲକ୍ଷ ଟଙ୍କା ଜରିମାନା ପାଇଁ ରାୟ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ବିଶେଶ୍ୱର ବିଶ୍ୱ ପ୍ରକାଶ ରାୟ । ଏଥି ସହିତ ଅନାଦୟ ୨ମାସ ଅଧିକ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲା କୁ ସରକାରୀ ଓକିଲ କୁଳମଣି ନାୟକ ଓ ଅତିରିକ୍ତ ସରକାରୀ କ୍ୟାଡର ଓକିଲ ବିପ୍ଳବ କୁମାର ମୁଦୁଲି ପରିଚାଳନା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking