ବାଲେଶ୍ୱର: ପଡୋଶୀ ଘର ଜାଳିଦେଲା ଯୁବକ । ବାଲେଶ୍ୱର ସୋର ଅଞ୍ଚଳରେ ଘଟିଛି ଏଭଳି ଘଟଣା । ପଡୋଶୀ ଘରେ ନିଆଁ ଲଗାଇ ଜାଳିଦେଇଛି ପଡୋଶୀ ଯୁବକ । ଖଇରା ଥାନା ଅଚ୍ୟୁତପୁର ପଞ୍ଚାୟତ ମୁଣିତା ଗାଁରେ ଘଟିଛି ଅଗ୍ନିକାଣ୍ଡ । ନିଆଁରେ ୩ ବଖରା ଘର ସମ୍ପୁର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି । ଗାଁରେ ନିରଞ୍ଜନ ପାଢୀ ନାମକ ବ୍ୟକ୍ତିଙ୍କ ଘରେ ନିଆଁ ଲାଗି ଘରର ଆସବାବ ପତ୍ର ସହିତ ଟଙ୍କା ବି ପୋଡିଯାଇଛି । ଗତକାଲି ପ୍ରଥମେ ନିଆଁ ଲାଗିଥିଲା । ନିଆଁକୁ ଦେଖି ଲିଭାଇଥିଲେ ଲୋକେ । ପରେ ରାତି ପ୍ରାୟ ୨ଟା ସମୟରେ ପୁଣି ନିଆଁ ଲାଗିଥିଲା । ଘର ଭିତରେ ଧୂଆଁ ହୋଇଯିବାରୁ ନିଆଁ ଲାଗିଥିବା ଜାଣିପାରି ଜୀବନ ବିକଳରେ ଘର ବାହାରକୁ ପଳାଇ ଆସିଥିଲେ । ନିଆଁର ପ୍ରୋକପ ଏତେ ଥିଲା ଯେ ଜିନିଷପତ୍ର କାଢିବା ସମ୍ଭବ ନଥିଲା । ଖଇରା ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଦୁର୍ବୃତ୍ତ ନିଆଁ ଲଗାଇ ଦଉଡି ପଳାଉଥିବା ଦେଖିଥିଲେ ପ୍ରଥମେ ପରିବାର ଲୋକେ । ତେଣୁ ନିଆଁ ଲଗେଇ ଦିଆଯାଉଥିବାର ସନ୍ଦେହ କରାଯାଉଛି । ପୂର୍ବରୁ ଗାଁର ଜଣେ ବ୍ୟକ୍ତିଙ୍କ ସହିତ ଶତ୍ରୁତା ଥିବାରୁ ଏପରି କାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।










