20.1 C
Bhubaneswar
Monday, February 9, 2026
Homeଦେଶ ବିଦେଶ୮ ଯୁବତୀଙ୍କ ଉପରେ ଚଢ଼ିଗଲା କାର୍,୪ ମୃତ

୮ ଯୁବତୀଙ୍କ ଉପରେ ଚଢ଼ିଗଲା କାର୍,୪ ମୃତ

ଉତ୍ତରପ୍ରଦେଶ: ରବିବାର ରାତିରେ ଉତ୍ତର ପ୍ରଦେଶର ରାୟବରେଲିରେ ନିର୍ମାଣଧୀନ ଗଙ୍ଗା ଏକ୍ସପ୍ରେସୱେରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଏକ କାର୍ ୮ ଜଣ ଯୁବତୀଙ୍କ ଉପରେ ଚଢ଼ିଯାଇଥିଲା, ସେମାନଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟମାନଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତେ କୋଡେର ଗାଁର ବାସିନ୍ଦା, ଚୁଲି ଗାଁରେ ଆୟୋଜିତ ଏକ ଭୋଜିରୁ ପ୍ରସାଦ ଗ୍ରହଣ କରି ଯୁବତୀମାନେ ଘରକୁ ଫେରୁଥିଲେ । ଜଗତପୁର ଥାନା ଅଞ୍ଚଳ ଅନ୍ତର୍ଗତ ସୁଲତାନପୁର ଜନୌଲି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିଲା ।
ପୁଲିସର ସୂଚନା ଅନୁଯାୟୀ, ଏହି ଲୋକମାନେ ଏକ୍ସପ୍ରେସୱେରେ ଯାତ୍ରା କରୁଥିବା ସମୟରେ ଏକ ଦ୍ରୁତଗାମୀ ଗାଡ଼ି ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା । କାର୍ ଡ୍ରାଇଭର ଘଟଣାସ୍ଥଳରୁ ଚମ୍ପଟ ମାରିଛି ଏବଂ ଚାଳକକୁ ଧରିବା ପାଇଁ ପ୍ରୟାସ ଜାରି ରହିଛି । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ଅନ୍ୟ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା । ମୃତ ମହିଳା ହିମାଂଶୀ, ଶାଲିନୀ, ରଶ୍ମି ଏବଂ ଆସମା ବୋଲି ଜଣାପଡ଼ିଛି । ନିର୍ମାଣାଧୀନ ଏକ୍ସପ୍ରେସୱେରେ ଦୁର୍ଘଟଣାରେ ରିଆ ପଟେଲ, ପ୍ରିୟା ପଟେଲ, ସାଧନା, ମୀନା ଏବଂ ରେଶମା ଆହତ ହୋଇଥିଲେ ଏବଂ ସେମାନଙ୍କୁ ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking