20.1 C
Bhubaneswar
Monday, February 9, 2026
Homeଓଡିଶାରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଦୁଇ ଦିନିଆ କ୍ଷମତା ନିର୍ମାଣ ଓ ନେତୃତ୍ୱ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଦୁଇ ଦିନିଆ କ୍ଷମତା ନିର୍ମାଣ ଓ ନେତୃତ୍ୱ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ (SSEPD), ବ୍ଲାଇଣ୍ଡ ପିପଲ୍ସ ଆସୋସିଏସନ୍ (BPA), ରେଭେନ୍ସା ଭିନ୍ନକ୍ଷମ ଛାତ୍ର ସଂଘ ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ “ଦୃଷ୍ଟିହୀନ ଓ ଅଳ୍ପଦୃଷ୍ଟି ସମ୍ପନ୍ନ ବ୍ୟକ୍ତିମାନଙ୍କ ପାଇଁ କ୍ଷମତା ନିର୍ମାଣ ଓ ନେତୃତ୍ୱ” ବିଷୟରେ ଭୁବନେଶ୍ବରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟଠାରେ ଏକ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜିତ ହୋଇଯାଇଛି। ଦୃଷ୍ଟିବାଧିତ ବ୍ୟକ୍ତିମାନଙ୍କୁ ଜ୍ଞାନ,ଦକ୍ଷତା ଓ ନେତୃତ୍ୱ ବିକାଶ ମାଧ୍ୟମରେ ସଶକ୍ତ କରିବା ଏହି କାର୍ଯ୍ୟକ୍ରମର ପ୍ରମୁଖ ଉଦ୍ଦେଶ୍ୟ l

କାର୍ଯ୍ୟକ୍ରମରେ ବ୍ଲାଇଣ୍ଡ ପିପଲ୍ସ ଆସୋସିଏସନ୍ (BPA) ପକ୍ଷରୁ ବିଶିଷ୍ଟ ବ୍ୟକ୍ତିମାନେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଧିବେଶନରେ ଅଂଶଗ୍ରହଣ କରିଥିଲେ। ଡ଼.ଭୂଷଣ ପୁନାନୀ ଦିବ୍ୟାଙ୍ଗଜନ ଅଧିକାର ଆଇନ–2016 ଉପରେ ଆଲୋଚନା କରି ଦିବ୍ୟାଙ୍ଗଜନଙ୍କ ଆଇନଗତ ଅଧିକାର ଓ ସୁବିଧା ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ। ଡ଼. ଭାରତକୁମାର ଯୋଶୀ ସମୟ ପରିଚାଳନା ଓ କ୍ୟାମ୍ପସ୍ ଠାରୁ କର୍ପୋରେଟ୍ ପର୍ଯ୍ୟନ୍ତ ଆବଶ୍ୟକୀୟ ଦକ୍ଷତା ବିଷୟରେ ଆଲୋଚନା କରିଥିଲେ l ଡ଼. ଧର୍ମେନ୍ଦ୍ର ଜେନା ପ୍ରଭାବଶାଳୀ ଯୋଗାଯୋଗ କୌଶଳ ଉପରେ ଏକ ଅଧିବେଶନ ପରିଚାଳନା କରିଥିଲେ। ଭାରତୀୟ ରେଡ୍ କ୍ରସ୍ ସୋସାଇଟି, ଓଡ଼ିଶାର ମାଷ୍ଟର୍ ଟ୍ରେନର୍ ଡ଼. ବିକାଶ ପ୍ରସାଦଙ୍କ ଦ୍ୱାରା ପ୍ରାଥମିକ ଚିକିତ୍ସା (First Aid) ପ୍ରଶିକ୍ଷଣ ଆୟୋଜିତ ହୋଇଥିଲା, ଯେଉଁଥିରେ ଚାଇଲ୍ଡ ଏଣ୍ଡ ଉମେନ୍ ଡେଭେଲପମେଣ୍ଟ ସୋସାଇଟି (CWDS) ସହଯୋଗ କରିଥିଲା। କାର୍ଯ୍ୟକ୍ରମରେ ରାମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ଡ଼. ଚଣ୍ଡୀ ଚରଣ ରଥ, ବିଭାଗୀୟ ଉପ-ସଚିବ ଶ୍ରୀ ସନ୍ୟାସୀ ବେହେରା, CWDSର ଅଧ୍ୟକ୍ଷ ମେଜର୍ ଡ଼.କଳ୍ପନା ଦାସ ଉପସ୍ଥିତ ଥିଲେ l ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଦୃଷ୍ଟିହୀନ ଓ ଅଳ୍ପଦୃଷ୍ଟି ସମ୍ପନ୍ନ ବ୍ୟକ୍ତିମାନଙ୍କ ମଧ୍ୟରେ ନେତୃତ୍ୱ କ୍ଷମତା, ଆତ୍ମବିଶ୍ୱାସ ଓ ରୋଜଗାରମୁଖୀ ଦକ୍ଷତା ବିକାଶ ପାଇଁ ଏକ ପ୍ରକୃଷ୍ଟ ପଦକ୍ଷେପ ବୋଲି ସଭିଏଁ ଆଶାବ୍ୟକ୍ତ କରିଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking