ଗଜପତି: ଗଜପିତରେ ଲଜ୍ଜା । ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଚନ୍ଦ୍ରଗିରି ଫାଣ୍ଡି ଅନ୍ତର୍ଗତ ଜିରାଙ୍ଗ ଅଞ୍ଚଳରେ ଜଣେ ସାତ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଆଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ନାବାଳିକାଙ୍କ ବାପା ମାଆ ଏକ ତିବ୍ବତୀୟ ଦମ୍ପତି ୧୭ ବର୍ଷୀୟ ଅଭିଯୁକ୍ତକୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରି ତାର ଲାଳନପାଳନ କରୁଥିଲେ। ତେଣୁ ସେ ଦୀର୍ଘ ବର୍ଷ ହେଲା ପରିବାର ସହ ଘରେ ରହି ଆସୁଥିଲା ଏବଂ ତାର ଯାବତୀୟ ଖର୍ଚ୍ଚ ବହନ କରୁଥିଲେ ତିବ୍ବତୀୟ ଦମ୍ପତି। ସୂଚନା ଅନୁଯାୟୀ, ୭ ତାରିଖରେ ପୀଡିତାଙ୍କ ବାପା ମାଆ କୌଣସି କାରଣରୁ କାର୍ଯ୍ୟରେ ବାହାରକୁ ଯାଇଥିଲେ, କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ଫେରି ପାରିନଥିଲେ । ଏକୁଟିଆର ସୁଯୋଗ ନେଇ ଅଭିଯୁକ୍ତ ଜଣଙ୍କ ପୀଡିତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ବାପା ମାଆ ଘରକୁ ଫେରି ଝିଅଠାରୁ ସବୁ ଶୁଣିବା ପରେ ୮ ତାରିଖରେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସର ତଦନ୍ତ ଜାରି ରହିଛି ।










