29.1 C
Bhubaneswar
Monday, February 9, 2026
Homeଓଡିଶାନଦୀରେ ବୁଡି ନାବାଳକ ମୃତ

ନଦୀରେ ବୁଡି ନାବାଳକ ମୃତ

ବାଲିପାଟଣା: ବାଲିପାଟଣାରେ ଥିବା କୁଶଭଦ୍ରାରେ ଅଘଟଣ । ନଦୀରେ ବୁଡି ଜଣେ ନାବାଳଙ୍କ ମୃତ୍ୟୁ ଘଟିଛି । ମୃତକଙ୍କୁ ବାଲିଆନ୍ତା ଥାନା କାକରଦ୍ରପୁର ଗ୍ରାମର ବାସିନ୍ଦା ସନ୍ତେଷ ବେହେରାଙ୍କ ପୁଅ ଶୁଭମ ବେହେରା (୧୭) ବୋଲି ଚିହ୍ନଟ କରାଯାଇଛି । ସୂଚନା ଅନୁସାରେ, ଭୁବନେଶ୍ୱର ଉପକଣ୍ଠ ବାଲିପାଟଣାରେ ଥିବା କୁଶଭଦ୍ରା ନଦୀକୁ ଗାଧୋଇବାକୁ ଯାଇଥିଲେ ଶୁଭମ । ସେହି ସମୟରେ ସେ ଦୁର୍ଭାଗ୍ୟବଶତଃ ନଦୀରେ ବୁଡି ଗଲେ । ସ୍ଥାନୀୟ ଲୋକେ ତାଙ୍କୁ ବୁଡୁଥିବାର ଦେଖି ଅଗ୍ନିଶମ ବାହିନୀଙ୍କୁ ସୂଚନା ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ । ଉଦ୍ଧାର କରିବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ପଠାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶୁଭମଙ୍କ ମୃତ୍ୟୁ ପରେ ପରିବାର ଏବଂ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking