23.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶସିଲିଣ୍ଡର ବିସ୍ଫୋରଣ ଘଟି ୪ ଆହତ

ସିଲିଣ୍ଡର ବିସ୍ଫୋରଣ ଘଟି ୪ ଆହତ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ। ସିଲିଣ୍ଡର ବିସ୍ଫୋରଣ ଘଟି ୪ ଆହତ। ସୂଚନା ଅନୁସାରେ, ଦିଲ୍ଲୀର ମଙ୍ଗୋଲପୁରୀ ଅଞ୍ଚଳରେ ଆଜି ଏକ ଘରେ ସିଲିଣ୍ଡର ବିସ୍ଫୋରଣ ହୋଇଛି। ଯାହା ଫଳରେ ଘରେ ନିଆଁ ଲାଗି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଚାରି ଜଣ ଆହତ ହୋଇଥିବା ସୂଚନା ମିଳିଛି। ସୂଚନା ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। ଅଗ୍ନିଶମ ବାହିନୀ ଅଧିକାରୀମାନେ କହିଛନ୍ତି ଯେ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଚାରି ଜଣ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ କହିଛି ଯେ ଘଟଣାର ତଦନ୍ତ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking