ଭୁବନେଶ୍ୱର: ସାମୁହିକ ଓ ସାମଗ୍ରିକ ବିକାଶ ପାଇଁ ଯାତାୟତ ସହ ଗମନାଗମନ ଓ ସୁଦୃଢ ଭିତିଭୁମି ନିହାତି ଆବଶ୍ୟକ । ପୂର୍ବଦ୍ୟୋୟ ମିଶନକୁ ପ୍ରାଧାନ୍ୟ ଦେଇ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓଡିଶାର ସାମଗ୍ରିକ ଓ ସନ୍ତୁଳିତ ବିକାଶ ପାଇଁ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିଆସୁଛନ୍ତି । ରାଜ୍ୟରେ ପୂର୍ବ ସରକାରର ସ୍ଥାଣୁତା କାରଣରୁ ବିକାଶ ବାଧାପ୍ରାପ୍ତ ହୋଇଥିଲା । ବର୍ତମାନ ରାଜ୍ୟରେ ବିଜେପିର ଡବଲ ଇଂଜିନ ସରକାର ଏବଂ ବିକାଶର ବାଧକ ସାଜିଥିବା ବିନ୍ଦୁଗୁଡିକ ଚିହ୍ନଟ କରାଯାଇ ସମସ୍ୟାର ସମାଧାନ ସମେତ ବିକାଶର ଧାରାକୁ ତ୍ୱରାନ୍ୱିତ କରାଯାଉଛି । ଏହି କ୍ରମରେ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ରାଜ୍ୟରେ ଜାତୀୟ ରାଜପଥ (ଏନଏଚ-୯୦) ଅନ୍ତର୍ଗତ ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଦା ଜିଲ୍ଲା ରାମେଶ୍ୱରଠାରୁ କୋଣାର୍କ ଦେଇ ପାରାଦ୍ୱୀପ ପର୍ଯ୍ୟନ୍ତ କୋଷ୍ଟାଲ ହାଇେଓ୍ô ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି । ହାଇବ୍ରିଡ ଆନୁଇଟି ମାଧ୍ୟମରେ ଦୁଇଟି ପ୍ୟାକଜରେ ୮୩୦୦.୭୯ କୋଟି ଟଙ୍କା ବିନିମୟରେ ଓଡିଶାର ୧୬୩.୧୮୦ କିମି ଉପକୁଳ ରାଜମାର୍ଗ ନିର୍ମାଣ ହେବ । ଏହା ଫଳରେ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲାରେ ଯାତାୟତ ବବସ୍ଥା ଅଧିକ ସୁଗମ ହେବା ସହିତ ଅଂଚଳର ସାମାଜିକ ଓ ଆର୍ଥିକ ବିକାଶକୁ ପ୍ରୋତ୍ସାହନ ମିଳିବ । ଏହି ଉପକୁଳ ରାଜମାର୍ଗ ନିର୍ମାଣ ରାଜ୍ୟର ଆର୍ଥିକ, ପର୍ଯ୍ୟଟନ, ବାଣିଜ୍ୟ କ୍ଷେତ୍ର ଓ ଶିଳ୍ପାୟନକୁ ନୂତନ ଦିଗ ଆଣିଦେବା ସହିତ ନୂତନ ନିଯୁକ୍ତି ସୃଷ୍ଟି କରିବ । ଓଡିଶାର ବିକାଶ ପ୍ରତି କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ଦୃଷ୍ଟି ପାଇଁ ଓଡିଶାବାସୀଙ୍କ ତରଫରୁ ରାଜ୍ୟ ସଭାପତି ଓ ସାଂସଦ ଶ୍ରୀ ମନମୋହନ ସାମଲ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସରକାରଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।










