ଯାଜପୁର: ଯାଜପୁର କପସି ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ରେ ମାତୃପୁଜନ କାର୍ଯ୍ୟକ୍ରମ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଯାଇଛି। ଦିନରେ ସମସ୍ତ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ଖେଳ ପଡିଆ ରେ ସେମାନଙ୍କ ମା ମାନଙ୍କୁ ପୂଜା କରିଥିବା ବେଳେ ସନ୍ଧ୍ୟାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଜିତେନ୍ଦ୍ର କୁମାର ପ୍ରଧାନଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲା ଲୋକ ସମ୍ପର୍କ ଅଧିକାରୀ ସତ୍ୟବ୍ରତ ପାଣିଗ୍ରାହୀ, ମୁଖ୍ୟବକ୍ତା ଭାବେ ଦନ୍ତରୋଗ ବିଶେଷଜ୍ଞ ଡ ସୁନୀଲ କୁମାର ପୃଷ୍ଟି, ସମ୍ମାନିତ ଅତିଥି ଭାବେ ଷ୍ଟେଟ ବ୍ୟାଙ୍କ ଲିଡ ଅଫିସର ସମ୍ପଦ ପାଢି ଓ ସ୍ଥାନୀୟ ସରପଞ୍ଚ ସାଗରିକା ଦାସ ଯୋଗଦେଇ ଛାତ୍ରାଛାତ୍ରୀମାନଙ୍କୁ ସୁସ୍ଥ ସମାଜ ଗଠନ ପାଇଁ ଆହ୍ବାନ ଦେଇଥିଲେ। ମୁଖ୍ୟ ଆକର୍ଷଣ ଭାବେ ଓଡ଼ିଆ ଚଳଚ୍ଚିତ୍ର ହାସ୍ୟ ତାରକା ଟୁକୁନା ଯୋଗ ଦେଇ କଳା ପ୍ରଦର୍ଶନ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ଭବିଷ୍ୟତ ଗଠନ ପାଇଁ ଆହ୍ବାନ ଦେଇଥିଲେ। ଏହି ଅବସରରେ ପୁର୍ବ ରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତା ର କୃତି ପ୍ରତିଯୋଗୀ ଓ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ରେ ଏ୧ ଗ୍ରେଡ ରେ ଉତ୍ତିନ୍ନ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଉପସ୍ଥିତ ଅତିଥି ମାନେ ପୁରସ୍କୃତ କରିଥିଲେ। ଏହି ଅବସର ରେ ମାତୃପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଶିକ୍ଷକ ଶିକ୍ଷୟତ୍ରି ମାନଙ୍କୁ ସମ୍ବର୍ଦ୍ଧିତ କ୍ରାଯାଇଥିଲା। ପରିଶେଷ ରେ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।








