22.1 C
Bhubaneswar
Friday, February 6, 2026
Homeଖେଳଅଣ୍ଡର-୧୯ ବିଶ୍ୱକପ୍‌; ଭାରତ ୬ଷ୍ଠ ଥର ଚାମ୍ପିଅନ୍‌

ଅଣ୍ଡର-୧୯ ବିଶ୍ୱକପ୍‌; ଭାରତ ୬ଷ୍ଠ ଥର ଚାମ୍ପିଅନ୍‌

ହରାରେ: ଭାରତ ୧୦୦ ରନ୍‌ରେ ଇଂଲଣ୍ଡକୁ ହରାଇ ଆଇସିସି ପୁରୁଷ ଅଣ୍ଡର-୧୯ ବିଶ୍ୱକପ୍ ଚାମ୍ପିଅନ୍ ହୋଇଛି। ହରାରେ ସ୍ପୋର୍ଟ୍ସ କ୍ଲବ୍‌ରେ ଶୁକ୍ରବାର ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍‌ରେ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ୧୭୫ ରନ୍‌ର ଧୂଆଁଧାର ଇନିଂସ୍ ବଳରେ ଭାରତୀୟ ଟିମ୍ ଇଂଲଣ୍ଡକୁ ୪୧୨ ରନ୍‌ର ବିପୁଳ ଲକ୍ଷ୍ୟ ଦେଇଥିଲା। ଜବାବରେ ଇଂଲିଶ୍ ଟିମ୍ ୪୦.୨ ଓଭର୍‌ରେ ୩୩ ରନ୍ କରି ଅଲ୍‌ଆଉଟ୍ ହୋଇଥିଲା। ଏହା ସହିତ ଭାରତ ରେକର୍ଡ ଷଷ୍ଠ ଥର ଅଣ୍ଡର-୧୯ ବିଶ୍ୱକପ୍ ଜିତିଥିଲା। ଭାରତୀୟ ଟିମ୍ ଏହା ପୂର୍ବରୁ ୨୦୦୦, ୨୦୦୮, ୨୦୧୨, ୨୦୧୮ ଏବଂ ୨୦୨୨ରେ ଚାମ୍ପିଅନ୍ ହୋଇଥିଲା। ଭାରତର ଏହା ଲଗାତାର ଷଷ୍ଠ ଏବଂ ମୋଟ ଦଶମ ଫାଇନାଲ୍ ଥିଲା। ଅନ୍ୟପକ୍ଷରେ ଇଂଲଣ୍ଡ ମାତ୍ର ଥରେ ଅଣ୍ଡର-୧୯ ବିଶ୍ୱକପ୍ ଜିତିଛି। ୧୯୯୮ ଫାଇନାଲ୍‌ରେ ଟିମ୍ ନ୍ୟୁଜିଲାଣ୍ଡକୁ ହରାଇ ଚାମ୍ପିଅନ୍ ହୋଇଥିଲା।

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଭାରତ ୨୦ ରନ୍‌ର ସ୍କୋର୍‌ରେ ଆରୋନ୍ ଜର୍ଜ (୯ ରନ୍‌)ଙ୍କ ୱିକେଟ୍ ହରାଇଥିଲା। ଏହାପରେ ବୈଭବ ସୂର୍ଯ୍ୟବଂଶୀ ଓ କ୍ୟାପ୍‌ଟେନ୍ ଆୟୁଷ ମହାତ୍ରେ ଇଂଲିଶ ବୋଲର୍‌ଙ୍କୁ ଘାଇଲା କରିଥିଲେ। ଉଭୟ ଦ୍ୱିତୀୟ ଇନିଂସ୍ ପାଇଁ ୯୦ ବଲ୍‌ରେ ୧୪୨ ରନ୍ ଯୋଡ଼ିଥିଲେ। ମହାତ୍ରେ ୫୧ ବଲ୍‌ରେ ସାତ ଚୌକା ଓ ଦୁଇ ଛକା ସହାୟତାରେ ୫୩ ରନ୍ କରି ଆଉଟ୍ ହୋଇଥିଲେ। ବୈଭବ ୩୨ ବଲ୍‌ରେ ଅର୍ଦ୍ଧଶତକ ଏବଂ ୫୫ ବଲ୍‌ରେ ଶତକ ପୂରା କରିଥିଲେ। ପରେ ୭୧ ବଲ୍‌ରେ ୧୫୦ ରନ୍ କରିଥିଲେ। ସେ ୮୦ ବଲ୍‌ରେ ୧୫ ଚୌକା ଓ ୧୫ ଛକା ସହାୟତାରେ ୧୭୫ ରନ୍‌ର କରି ଆଉଟ୍ ହୋଇଥିଲେ। ଫାଇନାଲ୍‌ରେ ବୈଭବଙ୍କ ଶତକ ଟୁର୍ଣ୍ଣାମେଣ୍ଟ୍‌ର ଦ୍ୱିତୀୟ ଦ୍ରୁତ ଶତକ ଥିଲା। ସେହିପରି ତାଙ୍କର ୧୭୫ ରନ୍ ଅଣ୍ଡର-୧୯ ବିଶ୍ୱକପ୍‌ରେ ସର୍ବାଧିକ ସ୍କୋର୍‌। ଆଉଟ୍ ପୂର୍ବରୁ ବୈଭବ ତୃତୀୟ ୱିକେଟ୍ ପାଇଁ ବେଦାନ୍ତ ତ୍ରିବେଦୀଙ୍କ ସହ ୩୯ ବଲ୍‌ରେ ୮୯ ରନ୍‌ର ପାର୍ଟନରଶିପ୍ କରିଥିଲେ। ବୈଭବଙ୍କ ଆଉଟ୍ ପରେ ଭାରତ ୧୬୦ ରନ୍ ମଧ୍ୟରେ ବାକି ୭ ୱିକେଟ୍ ହରାଇଥିଲା। ବେଦାନ୍ତ ୩୬ ବଲ୍‌ରେ ୩୨ ରନ୍‌, ବିହାନ୍ ମାଲ୍‌ହୋତ୍ରା ୩୬ ବଲ୍‌ରେ ୩୦ ରନ୍‌ର ଇନିଂସ୍ ଖେଳିଥିଲେ। ଅଭିଜ୍ଞାନ କୁଣ୍ଡୁ ୩୧ ବଲ୍‌ରେ ୪୦ ରନ୍ ଏବଂ ଆର୍‌ଏସ୍ ଅମ୍ବରୀଶ ୧୮ ରନ୍ କରିଥିଲେ। କନିଷ୍କ ଚୌହାନ୍ ୨୦ ବଲ୍‌ରେ ୩୭ ରନ୍‌, ଖିଲନ ପଯେଲ୍ ୩ ରନ୍ ଏବଂ ହେନିଲ୍ ପଟେଲ୍ ୫ ରନ୍ କରି ଆଉଟ୍ ହୋଇଥିଲେ। ଇଂଲଣ୍ଡ ପକ୍ଷରୁ ଜେମ୍ସ ମିଣ୍ଟୋ ୩ଟି ୱିକେଟ୍ ନେଇଥିବା ବେଳେ ସେବାଷ୍ଟିଅନ୍ ମୋର୍ଗାନ୍ ଓ ଆଲେକ୍ସ ଗ୍ରୀନ୍‌ଙ୍କୁ ୨-୨ ସଫଳତା ମିଳିଥିଲା। ମୀନୀ ଲମ୍ସଡନ୍‌ଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା।

ଲକ୍ଷ୍ୟର ପିଛା କରୁଥିବା ଇଂଲଣ୍ଡର ଆରମ୍ଭ ଭଲ ନଥିଲା ଏବଂ ଜୋସେଫ୍ ମୁର୍ସ (୧୭) ରନ୍ ଶସ୍ତାରେ ଆଉଟ୍ ହୋଇଥିଲେ। ଏହାପରେ ବେନ୍ ଡକିନ୍ସ ଓ ବେନ୍ ମେସ୍ ଦ୍ୱିତୀୟ ୱିକେଟ୍ ପାଇଁ ୭୪ ରନ୍ ଯୋଡ଼ିଥିଲେ। ତେବେ ମେସ୍‌ଙ୍କୁ ଆଉଟ୍ କରି ଖିଲାନ୍ ପଟେଲ୍ ଏହି ଯୋଡ଼ି ଭାଙ୍ଗିଥିଲେ। ମେସ୍ ୨୭ ବଲ୍‌ରେ ୭ ଚୌକା ଓ ୨ ଛକା ସହାୟତାରେ ୪୫ ରନ୍ କରିଥିଲେ। କ୍ୟାପ୍‌ଯେନ୍ ଥୋମା୍ ରେଭ୍ ୩୧ ରନ୍ କରି ଆଉଟ୍ ହୋଇଥିଲେ। ଓପ୍ନର୍ ବେନ୍ ଡକିନ୍ସ ଅର୍ଦ୍ଧଶତକ ହାସଲ କରିବା ପରେ ଆୟୁଷ ମହାତ୍ରେଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ଡକିନ୍ସ ୭ ଚୌକା ଓ ୨ ଛକା ସହାୟତାରେ ୫୬ ବଲ୍‌ରେ ୬୬ ରନ୍‌ର ଯୋଗଦାନ ଦେଇଥିଲେ। ରାଲ୍‌ଫି ଆଲ୍‌ବର୍ଟ (୦), ଫରହାନ୍ ଅହମଦ (୧) ଏବଂ ସେବେଷ୍ଟିଆନ୍ ମୋର୍ଗାନ୍ (୦) ଖାସ୍ କିଛି କରିପାରି ନଥିଲେ। ମୋର୍ଗାନ୍‌ଙ୍କ ଆଉଟ୍ ବେଳକୁ ସ୍କୋର୍ ୧୭୭/୭ ଥିଲା। ଏହାପରେ କାଲେବ୍ ପାଲ୍କନର୍ ଓ ଜେମ୍ସ ମିଣ୍ଟୋ ୮ମ ୱିକେଟ୍ ପାଇଁ ୮୦ ବଲ୍‌ରେ ୯୨ ରନ୍ ଯୋଡ଼ିଥିଲେ। ମିଣ୍ଟୋ (୨୮ ରନ୍‌)ଙ୍କୁ ଆଉଟ୍ କରି ଆର୍‌ଏସ୍ ଅମ୍ବରୀଶ ଏହି ପାର୍ଟନରଶିପ୍‌ରେ ବ୍ରେକ୍ ଲଗାଇଥିଲେ। ପରେ ମାନୀ ଲମ୍ସଡେନ୍ (୩ରନ୍‌)ଙ୍କୁ ମଧ୍ୟ ଅମ୍ବରୀଶ ପ୍ୟାଭିଲିୟନ୍ ଫେରାଇଥିଲେ। କାଲେ ଫାଲ୍କନର୍ ଏକୁଟିଆ ସଂଘର୍ଷ କରିଥିଲେ ମଧ୍ୟ ଟିମ୍‌କୁ ବିଜୟ ଦେଇପାରି ନଥିଲେ। ସେ ୬୭ ବଲ୍‌ରେ ୯ ଚୌକା ଓ ୭ ଛକା ସହାୟତାରେ ୧୧୫ ରନ୍‌ର ଶତକୀୟ ଇନିଂସ୍ ଖେଳି ଶେଷରେ ଆଉଟ୍ ହୋଇଥିଲେ। ଭାରତ ପକ୍ଷରୁ ଆର୍‌ଏସ୍ ଅମ୍ବରୀଶ ୩ଟି ୱିକେଟ୍ ନେଇଥିବା ବେଳେ ଦୀପେଶ ଦେବେନ୍ଦ୍ରନ୍ ଓ କନିଷ୍କ ଚୌହାନ୍‌ଙ୍କୁ ଦୁଇଟି ଲେଖାଏଁ ସଫଳତା ମିଳିଥିଲା। ଖିଲନ୍ ଓ ମହାତ୍ରେ ୧-୧ ୱିକେଟ୍ ପାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking