ଭୁବନେଶ୍ୱର: ଭାରତ ଆମେରିକା ନୂତନ ବାଣିଜ୍ୟ ଚୁକ୍ତିରୁ ଓଡିଶାକୁ ଫାଇଦା । ଏନେଇ ଏକ୍ସରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଛନ୍ତି, ଓଡିଶାର ସାମୁଦ୍ରିକ ଖାଦ୍ୟ ଅର୍ଥନୀତିକୁ ଦେବେ ଏକ ନୂଆ ପରିଚୟ । ଶୁଳ୍କ ହ୍ରାସ ଯୋଗୁଁ ଆମେରିକା ବଜାରରେ ଓଡିଶା ଖାଦ୍ୟର ଚାହିଦା ବଢିବ । ଓଡିଶାର ଚିଙ୍ଗୁଡି, ମାଛ ଓ ସାମୁଦ୍ରିକ ଖାଦ୍ୟର ଚାହିଦା ବୃଦ୍ଧି ପାଇବ ।ଓଡ଼ିଶାର ହସ୍ତତନ୍ତ ସବୁଠି ପହଞ୍ଚିବ। ଆମ ଉପକୂଳବର୍ତ୍ତୀ ଅଞ୍ଚଳର ମତ୍ସ୍ୟଜୀବୀ ଓ ଚାଷୀମାନଙ୍କ ଆୟ ବଢିବ । ଓଡିଶା ବ୍ଲୁ- ଇକୋନୋମିର ଏକ ପ୍ରମୁଖ କେନ୍ଦ୍ର ପାଲଟିବ ।










