ନୂଆଦିଲ୍ଲୀ: ୟୁନିୟନ୍ ପବ୍ଲିକ୍ ସର୍ଭିସ୍ କମିଶନ୍ (ୟୁପିଏସ୍ସି) ସିଭିଲ୍ ସେବା ପରୀକ୍ଷାରେ (ସିଏସ୍ସି) ୨୦୨୬ ପାଇଁ ନିୟମରେ କେତେକ ପରିବର୍ତ୍ତନ କରିଛି, ଯାହା ପରୀକ୍ଷାରେ ଯୋଗ ଦେବାକୁ ଥିବା ପ୍ରାର୍ଥୀମାନଙ୍କୁ ପ୍ରଭାବିତ କରିବ। ନୂଆ ନିୟମ ଅନୁସାରେ ଯେଉଁ ପ୍ରାର୍ଥୀମାନେ ପୂର୍ବ ପରୀକ୍ଷା ଆଧାରରେ ଭାରତୀୟ ପୁଲିସ୍ ସେବା (ଆଇପିଏସ୍)ରେ ମନୋନୀତ କିମ୍ପା ନିଯୁକ୍ତ ହୋଇଛନ୍ତି ସେମାନେ ସିଏଏସ୍ସି ୨୦୨୬ ଫଳାଫଳ ଆଧାରରେ ପୁନର୍ବାର ଆଇପିଏସ୍ ଚୟନ ପାଇଁ ଯୋଗ୍ୟ ହେବେ ନାହିଁ କିମ୍ବା ସେମାନଙ୍କୁ ଏହା ଆବଣ୍ଟିତ କରାଯିବ ନାହିଁ। ଏହି ନୂଆ ନିୟମ ଅନୁସାରେ ସିଏସ୍ସି ୨୦୨୬ ମାଧ୍ୟମରେ ସେବା ଆବଣ୍ଟିତ ପ୍ରାର୍ଥୀମାନେ କେବଳ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ତାଲିମରେ ଯୋଗଦାନରୁ ଏକକାଳୀନ ଛାଡ଼ ପାଇଲେ ହିଁ ୨୦୨୭ରେ ପୁଣିଥରେ ପରୀକ୍ଷା ଦେଇପାରିବେ। ସେହିପରି ସିଏସ୍ସି ୨୦୨୬ ମାଧ୍ୟମରେ ଆଇପିଏସ୍ କିମ୍ବା ଯେକୌଣସି ସର୍ଭିସ୍ ଗ୍ରୁପ୍-ଏ’କୁ ଆବଣ୍ଟିତ ପ୍ରାର୍ଥୀମାନଙ୍କୁ କେତେକ ସର୍ତ୍ତାବଳୀ ଅନୁଯାୟୀ ୨୦୨୭ ପରୀକ୍ଷାରେ ପୁନର୍ବାର ବସିବାକୁ ଅନୁମତି ମିଳିବ। ତେବେ ବିଭିନ୍ନ ବର୍ଗ ପାଇଁ ପ୍ରୟାସ (ଆଟେମ୍ପ୍ଟ) ସଂଖ୍ୟା ସମାନ ରହିଛି। ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ୬ଟି ପ୍ରୟାସ, ଓବିସି ଏବଂ ପିଡବ୍ଲ୍ୟୁବିି ପ୍ରାର୍ଥୀଙ୍କ ପାଇଁ ୯ଟି ପ୍ରୟାସ ଏବଂ ଏସ୍ସି/ଏସ୍ଟି ପ୍ରାର୍ଥୀଙ୍କ ପାଇଁ ଅସୀମିତ ପ୍ରୟାସ ଅନୁମତି ଦିଆଯାଇଛି। କମିଶନ୍ ପ୍ରିଲିମ୍ ପରୀକ୍ଷା ପାଇଁ ଏକ ଅସ୍ଥାୟୀ ଉତ୍ତର କୀ’ ମଧ୍ୟ ପ୍ରଚରନ କରିଛି। ଏଥିରେ ପ୍ରାର୍ଥୀମାନେୁ ଚୂଡ଼ାନ୍ତ କୀ’ ପ୍ରକାଶନ ପୂର୍ବରୁ ଆପତ୍ତି ଉଠାଇବାକୁ ଅନୁମତି ପାଇପାରିବେ। ଏହା ବ୍ୟତୀତ ଶେଷ ବର୍ଷର ଛାତ୍ରଛାତ୍ରୀମାନେ ଏବେ ସେମାନଙ୍କର ସ୍ନାତକ ପ୍ରମାଣପତ୍ର ଦାଖଲ ନକରି ମେନ୍ ପରୀକ୍ଷା ଦେଇପାରିବେ।










