21.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶକଣ୍ଟେନରକୁ ଧକ୍କା ଦେଲା ବସ୍‌: ଡ୍ରାଇଭର ମୃତ

କଣ୍ଟେନରକୁ ଧକ୍କା ଦେଲା ବସ୍‌: ଡ୍ରାଇଭର ମୃତ

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶରେ ବଡ ସଡକ ଦୁର୍ଘଟଣା । କଣ୍ଟେନରକୁ ଧକ୍କା ଦେଲା ବସ୍ । ଏହି ଦୁର୍ଘଟଣାରେ ବସ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ମୃତ ଡ୍ରାଇଭରଙ୍କୁ ରାଜୁ ଓରଫ ଗୋପାଳ (୪୫) ବୋଲି ଚିହ୍ନଟ କରାଯାଇଛି । ସୂଚନା ଅନୁସାରେ, ଆଜି ସକାଳେ କୋତୱାଲି କଚ୍ଛୌନା ଅଞ୍ଚଳ ଅନ୍ତର୍ଗତ ହରଦାଇ – ଲକ୍ଷ୍ନୌ ରାଜପଥ ନିକଟରେ ହରଦୋଇରୁ ଲକ୍ଷ୍ନୌ ଯାଉଥିବା ବସ୍‌ଟି ଦ୍ରୁତଗତିରେ ଯାଉଥିଲା । ସେହି ସମୟରେ ମାଳହାପୁର ରେଳ କ୍ରସିଂରୁ ଆସୁଥିବା ଏକ କଣ୍ଟେନର ଲକ୍ଷ୍ନୌ ଆଡକୁ ମୋଡ଼ିବା ସମୟରେ, ବସ୍ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣା ଘଟିଥିଲା।

ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଯାତ୍ରୀ ଆହତ ହୋଇଥିଲେ। ଏହି ଯାତ୍ରୀମାନଙ୍କ ମଧ୍ୟରୁ ୭ ଜଣ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ସମୟରେ ବସ୍‌ରେ ୩୦ ରୁ ୩୫ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେଉଦ୍ଧାର କରି କଛୁନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ, ଯେଉଁଠାରେ ସେମାନଙ୍କର ବର୍ତ୍ତମାନ ଚିକିତ୍ସା ଚାଲିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking