18.1 C
Bhubaneswar
Wednesday, February 4, 2026
Homeଓଡିଶାରେଳ ଧାରଣାରେ ମୁଣ୍ଡ ବିହୀନ ମୃତଦେହ

ରେଳ ଧାରଣାରେ ମୁଣ୍ଡ ବିହୀନ ମୃତଦେହ

ନୂଆପଡା: ରେଳ ଧାରଣାରେ ମୁଣ୍ଡ ବିହୀନ ମୃତଦେହ । ନୂଆପଡା ଜିଲ୍ଲା ଲଖନା ଥାନା ଅନ୍ତର୍ଗତ ତଥା ଦକ୍ଷିଣ – ପୂର୍ବ ରେଳ ପଥର ଲଖନା ରେଳଷ୍ଟେସନ ସ୍ଥିତ କୁସୁମପଡା ନିକଟରେ ରେଳ ଧାରଣାରେ ମିଳିଛି ମୃତଦେହ । ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ । ସୂଚନା ଅନୁସାରେ, ଆଜି ସକାଳେ ଗ୍ରାମବାସୀ ରେଳ ଧାରଣାରେ ମୁଣ୍ଡ ବିହୀନ ମୃତଦେହ ପଡିଥିବା ଦେଖି ପ୍ରଥମେ ଲଖନା ରେଳ କର୍ମଚାରୀଙ୍କୁ ସୂଚନା ଦେଇଥିଲେ । ଖବର ପାଇ ରେଲୱେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତାକଲି ସନ୍ଧ୍ୟାରେ ରାୟପୁରରୁ ବିଶାଖାପାଟନମକୁ ଯାଉଥିବା ବନ୍ଦେ ଭାରତ ଟ୍ରେନରେ ଅଟିହ୍ନା ବ୍ୟକ୍ତି କଟି ଯାଇଥିବା ଅନୁମାନ କରାଯାଉଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking