ଭବାନୀପାଟଣା: ଭବାନୀପାଟଣାରେ ଭୟଙ୍କର ସଡକ ଦୁର୍ଘଟଣା । ଏକ କୋଇଲା ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ପୋଲ ଉପରୁ ତଳକୁ ଖସି ଯାଇଛି । ଏହି ଦୁର୍ଘଟଣାରେ ଡ୍ରାଇଭର ଏବଂ ହେଲପର୍ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତରଙ୍କ ପରିଚୟ ମିଳିପାରିନାହିଁ । ଭବାନୀପାଟଣାରୁ ରାୟଗଡାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ – ୬ର ବିଶ୍ୱନାଥପୁର ପୋଲିସ ସୀମା ଅନ୍ତର୍ଗତ ଢେପାଗୁଡା ସେତୁରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, ଟ୍ରକ୍ଟି ବିଶାଖାପାଟଣାରୁ ଭବାନୀପାଟଣା ଯାଉଥିବା ସମୟରେ ଏକ ସଂକୀର୍ଣ୍ଣ, ଅସୁରକ୍ଷିତ ସେତୁ ଉପରେ ନିୟନ୍ତ୍ରଣ ହରାଇ ତଳକୁ ଖସି ପଡିଥିଲା । ଫଳରେ ଡ୍ରାଇଭର ଓ ହେଲପର ଗୁରୁତର ଭାବେ ଆହତ ହୋଇଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଘଟଲ୍ସ୍ଳରେ ପହଞ୍ଚି ଉଭୟ ଡ୍ରାଇଭର ଏବଂ ହେଲପରଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ । ସେଠାରେ ଗୁରୁତର ଅବସ୍ଥାରେ ତାଙ୍କର ଏବେ ଚିକିତ୍ସା ଚାଲିଛି । ଖଭର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ।










