24.1 C
Bhubaneswar
Monday, February 2, 2026
Homeଓଡିଶାବଜେଟ୍‌ରେ ଓଡିଶା ପାଇଁ ୧୦ ହଜାର ୯୨୮ କୋଟି ଟଙ୍କା ରହିଛି: ଅଶ୍ୱିନୀ ବୈଷ୍ଣବ

ବଜେଟ୍‌ରେ ଓଡିଶା ପାଇଁ ୧୦ ହଜାର ୯୨୮ କୋଟି ଟଙ୍କା ରହିଛି: ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ରେଳ ବଜେଟ୍‌କୁ ନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରେସ୍‌ମିଟ୍ । କେନ୍ଦ୍ର ରେଳ ମନ୍ତ୍ରୀ କହିଛନ୍ତି ଯେ ବଜେଟ୍‌ରେ ଓଡିଶା ପାଇଁ ୧୦ ହଜାର ୯୨୮ କୋଟି ଟଙ୍କା ରହିଛି । ଇଷ୍ଟ – ୱେଷ୍ଟ କରିଡରରୁ ଓଡିଶାକୁ ବଡ ଫାଇଦା ମିଳିବ । ଇଷ୍ଟ – ୱେଷ୍ଟ କରିଡର ଓଡିଶା ଦେଇ ଛତିଶଗଡ, ମହାରାଷ୍ଟ୍ର, ଗୁଜୁରାଟ ଯିବ । ଓଡିଶାର ଶିଳ୍ପ ବିକାଶରେ ଇଷ୍ଟ – ୱେଷ୍ଟ କରିଡର ବଡ ଭୂମିକା ନିଭାଇବ । ଗତ ୧୧ ବର୍ଷ ମଧ୍ୟରେ ଓଡ଼ିଶାରେ ଉଲ୍ଲେଖନୀୟ ରେଳ ପ୍ରସାରଣ ହୋଇଛି । ଗତ ୧୧ ବର୍ଷରେ ଓଡିଶାରେ ୨ ହଜାର ୨ ଶହ କିମି ନୂଆ ଟ୍ରାକ୍ ତିଆରି ହୋଇଛି, ଯାତ୍ରା ସମଗ୍ର ମାଲେସିଆରେ ଥିବା ଟ୍ରେନ୍ ଟ୍ରାକ୍‌ଠାରୁ ଅଧିକ । କୋଲକାତା ଡାଙ୍କୁଣୀ – ଓଡିଶା – ଏମପିକୁ ଟ୍ରେନ୍ ଟ୍ରାକ୍ ହୋଇଛି ।  ଏହି ସଫଳତା ଓଡ଼ିଶାର ଭିତ୍ତିଭୂମିକୁ ସୁଦୃଢ଼ ​​କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ସ୍ପଷ୍ଟ କରେ ।

ଓଡିଶାରେ ଶିଳ୍ପ କ୍ଷେତ୍ର ଓ ନିଯୁକ୍ତି ବଢିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଦେଉଛି । ତାଙ୍କ ନେତୃତ୍ୱରେ ଡବଲ ଇଞ୍ଜିନ୍ ସରକାର ବେଶ୍ ଭଲ କାମ କରୁଛି । ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଏହି କରିଡରରୁ ଓଡ଼ିଶାର ଶିଳ୍ପଗୁଡ଼ିକ ପ୍ରଚୁର ଲାଭ ପାଇବେ, ରାଜ୍ୟକୁ ଭାରତର ରେଳ ନେଟୱାର୍କରେ ଏକ ପ୍ରମୁଖ କେନ୍ଦ୍ର ଭାବରେ ସ୍ଥାନିତ କରିବ । ଓଡ଼ିଶାରେ ଡବଲ ଇଂଜନ ସରକାର ଚାଲିଛି। ଆଗାମୀ ୫ବର୍ଷରେ ୧ ଲକ୍ଷ କୋଟି ଟଙ୍କା ପ୍ରକଳ୍ପ କରାଯିବ ବୋଲି ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ସେହି ଆଧାରରେ କାମ କରାଯାଉଛି । ରାଜ୍ୟରେ ଏପର୍ଯ୍ୟନ୍ତ ୯୦ କୋଟି ଟଙ୍କାର ପ୍ରକଳ୍ପ କାମ ଚାଲିଛି । ଆଉ ୧୦ କୋଟି ଟଙ୍କା କଲେ ଆମର ମିସନ‌ ପୁରା ହେବ ବୋଲି ମନ୍ତ୍ରୀ କହିଛନ୍ତି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking