ରାୟଗଡା: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିନିକିଆ ବରାୟଗଡା ଗସ୍ତରେ ଆସିବେ । ଦିନ ସାଢେ ୧୧ରେ ଜି.ଆଇ.ଏସ. ଆର ପାଖରେ ଥିବା ଯେସ୍କ ପଡିଆଠାରେ ପହଞ୍ଚିବେ । ପପ୍ରଥମେ ୧୦୮ କୁଣ୍ଡିଅ ବୈଦିକ ବିଶ୍ୱଶାନ୍ତି ମହାଯଜ୍ଞରେ ଯୋଗଦେଇ ପୂର୍ଣ୍ଣାହୁତି ଦେବେ । ପରେ ଜିଲ୍ଲା ନାରୀ ଶକ୍ତିର ସଶକ୍ତ ପ୍ରଦର୍ଶନ ସୁଭଦ୍ରା ଶକ୍ତି ମେଳାର ଉଦଘାଟନ କରିବେ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରିବେ । ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ୩୪୦ କୋଟିରୁ ଅଧିକ ମୂଲ୍ୟର ୬୭ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ୨୨୧ କୋଟି ଅଧିକ ମୂଲ୍ୟର ୪୧ଟି ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ କରିବେ । ଏହି ଜିଲ୍ଲାର ବିକାଶ ଓ ନୂତନ ଦିଗଦର୍ଶନ ପ୍ରଦାନ କରିବ । ଉକ୍ତ ସୁଭଦ୍ରା ଶକ୍ତି ମେଳା ୨ ଫେବୃଆରୀରୁ ୮ ଫେବୃଆରୀ ୨୦୨୬ ଯାଏଁ ଚାଲିବ । ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ୨୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।










