21.1 C
Bhubaneswar
Sunday, February 1, 2026
Homeଓଡିଶାକର୍ପୋରେଟ ଜଗତ ପାଇଁ ଏହି ବଜେଟ, ସାଧାରଣ ଜନତା ଉପେକ୍ଷିତ: ଭକ୍ତ

କର୍ପୋରେଟ ଜଗତ ପାଇଁ ଏହି ବଜେଟ, ସାଧାରଣ ଜନତା ଉପେକ୍ଷିତ: ଭକ୍ତ

ଓଡିଶାକୁ ପୁଣି ଠକିଲେ

2026-27 ଆଗତ ବଜେଟକୁ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ କଂଗ୍ରେସ ଭବନ ଠାରେ ଏକ ପ୍ରେସ ବିବୃତିରେ ନିଜ ମତାମତ ଉପସ୍ଥାପନା କରି କହିଥିଲେ ଯେ, ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଆଗତ ବଜେଟ ସମ୍ପୂର୍ଣ ଦିଗହୀନ ଏବଂ ଭ୍ରମlତ୍ମକ l ଏହି ବଜେଟ କୃଷକ ଯୁବକ,ଗରିବ ନିମ୍ନ ମଧ୍ୟବିତ୍ତ, ମଧ୍ୟବିତ୍ତ କାହାକୁ ଖୁସି କରିପାରିନାହିଁ l ଯୁବକ ମାନଙ୍କ ପାଇଁ କର୍ମ ନିଯୁକ୍ତିର କୌଣସି ଯୋଜନା ନାହିଁ l ପୂର୍ଵ ବଜେଟ ଅନୁସାରେ ସରକାର ଏକଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିପlରି ନାହାନ୍ତି l 2024-25 ପର୍ଯ୍ୟନ୍ତ ଦେଶ ଉପରେ 190 ଲକ୍ଷ କୋଟି ହେlଇଯାଇଛି ଯାହା UPA ସମୟରେ 55 ଲକ୍ଷ କୋଟି ଥିଲା l ଏଇ 12 ବର୍ଷରେ ସରକାର 135 ଲକ୍ଷ କୋଟି ଅଧିକ ଋଣ କରିସାରିଲେଣି l ଅଧିକନ୍ତୁ 2026-27 ବେଳକୁ ପୁଣି 17.2 ଲକ୍ଷ କୋଟି ଋଣ କରିବେ l UPA ସମୟରେ ଥିବା ଘରୋଇ ସଂଚୟ 7.4 % ଖସିଆସି 5.3% ହୋଇଯାଇଛି l ଶିକ୍ଷିତ ଯୁବକ ମାନଙ୍କ ବେକାରି ସମସ୍ୟା ଅତି ଉତ୍କଟ l ଶିକ୍ଷିତ ଗ୍ରାଜୁଏଟ ମାନଙ୍କ ବେକାରୀହାର 26.3 % ପହଁଚିଛି l ଉପାର୍ଜନ ଅସମତାରେ ଆମ ଦେଶ ବର୍ତମାନ ଶୀର୍ଷରେ ଅଛି ଏହାକୁ ରୋକିବା ପାଇଁ ସରକାରଙ୍କ କୋଣସି ଯୋଜନl ନାହିଁ l ଓଡିଶା କେନ୍ଦ୍ର ରାଜସ୍ବ ଆଦାୟର କୋଣସି ଭାଗ ପାଇବାର ବ୍ୟବସ୍ଥା ନାହିଁ l ବଜେଟରେ ଘୋଷଣା ହୋଇଥିବା କେନ୍ଦୁଝର, ପାରାଦ୍ୱୀପ ଆନ୍ତଃଜଳ ଗମନାଗମନ ଏକ ଧୂଆଁ ବାଣ ଛଡା କିଛି ନୁହଁ କାରଣ ବାଜପେୟୀଙ୍କ ସରକାର ମଧ୍ୟ ଏହି ମହତ୍ୱକାଂକ୍ଷୀ ଯୋଜନାର ଘୋଷଣା କରିଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ ଏହା ସ୍ବପ୍ନ ହୋଇ ରହିଯାଇଛି l ସରକାର ପ୍ରଥମେ ଭୀଷଣ ଭାବରେ ପ୍ରଦୂଷିତ ହେଉଥିବା ମହାନଦୀ ଓ ବୈତରଣୀ ନଦୀକୁ ରକ୍ଷା କରନ୍ତୁ l ଇଷ୍ଟ କୋଷ୍ଟ ଫ୍ରାଇଟ କରିଡର ତିଆରି ହେବାର ଯୋଜନା ଅଛି l ବହୁତ ସୁନ୍ଦର ପଦକ୍ଷେପ ତେବେ ସରକାର ସ୍ପଷ୍ଟ କରନ୍ତୁ ଏହା ତାଙ୍କ ବନ୍ଧୁ ଅମ୍ବାନୀ, ଅଦାନୀ, ଆଦି ଶିଳ୍ପପତିଙ୍କ ସ୍ୱାର୍ଥ ପାଇଁ ନୁହେଁ ତ? 7 ଗୋଟି ସ୍ପୀଡ଼ ରେଲ କରିଡର ଘୋଷଣା ହେଇଛି କିନ୍ତୁ ଏଥିରେ ଓଡିଶାର ନାମ ନଥିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ l ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଦାସ କହିଲେ ଯେ, ଆମ ନେତା ମାନନୀୟ ରାହୁଲ ଗାନ୍ଧୀ ଏହି ବଜେଟ ଯୁବକ ମାନଙ୍କ ପାଇଁ ନିରୁତ୍ସାହିତ ବଜେଟ ବୋଲି ଘୋଷଣା କରି ସାରିଲେଣି l ଓଡ଼ିଶାରେ କୌଣସି ସରକାରୀ ଚାକିରୀ ପାଇଁ ପରୀକ୍ଷା ସରକାର କରି ପାରି ନାହାନ୍ତି l କଣ୍ଟ୍ରାକଚୁଆଲ ଭିତ୍ତିରେ ଚାକିରୀ ଦେଉଛନ୍ତି ଏଭଳି ସ୍ଥଳେ ଯୁବକ ମାନଙ୍କ ପାଇଁ ଏହି ବଜେଟ କେମିତି ଖୁସି ଆଣିବ କୁହନ୍ତୁ l ଶ୍ରୀ ଦାସ ପୁଣି କହିଲେ, ପ୍ରଦେଶ କଂଗ୍ରେସ କମିଟି ଏହି ବଜେଟକୁ ନିନ୍ଦା କରୁଛି ଏବଂ ଓଡିଶା ପାଇଁ ଅଧିକରୁ ଅଧିକ ପାଣ୍ଠି ଯୋଗେଇବାକୁ ଦାବୀ କରୁଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking