17.1 C
Bhubaneswar
Monday, February 2, 2026
Homeଦେଶ ବିଦେଶବଜେଟ ୨୦୨୬ରେ ଅର୍ଥ ମନ୍ତ୍ରୀଙ୍କ ବଡ ଘୋଷଣା

ବଜେଟ ୨୦୨୬ରେ ଅର୍ଥ ମନ୍ତ୍ରୀଙ୍କ ବଡ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ତାଙ୍କର ଲଗାତାର ନବମ ପୂର୍ଣ୍ଣକାଳୀନ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହା ଇତିହାସରେ ଦ୍ୱିତୀୟ ଥର ପାଇଁ ବଜେଟ୍ ରବିବାର ଉପସ୍ଥାପିତ ହୋଇଛି। ଏହି ବଜେଟ୍ ବେତନଭୋଗୀ ବର୍ଗ, ମଧ୍ୟବିତ୍ତ ବର୍ଗ, ମହିଳା ଏବଂ ବ୍ୟବସାୟ ସମେତ ସମସ୍ତ କ୍ଷେତ୍ରକୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିବ। ଏହି ବଜେଟ୍ ଏପରି ଏକ ସମୟରେ ଉପସ୍ଥାପିତ ହୋଇଛି ଯେତେବେଳେ ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ପାଲଟିଛି ଏବଂ ଆଗାମୀ ଦୁଇ ବର୍ଷ ମଧ୍ୟରେ ତୃତୀୟ ବୃହତ୍ତମ ଅର୍ଥନୀତି ହେବା ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଉଚ୍ଚ ଆମେରିକାର ଶୁଳ୍କ ଏବଂ ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜ ମଧ୍ୟରେ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ହେବାର ଲକ୍ଷ୍ୟ ହାସଲ କରିବାକୁ ହେଲେ ଦେଶକୁ ୮ ପ୍ରତିଶତର ସ୍ଥିର ଜିଡିପି ଅଭିବୃଦ୍ଧି ହାର ବଜାୟ ରଖିବାକୁ ପଡିବ।

ଓଡ଼ିଶାରେ ହେବ ବିରଳ ମୂର୍ତ୍ତିକା କରିଡର

ନିର୍ମଳା ସୀତାରମଣଙ୍କ ବଜେଟରେ ଓଡ଼ିଶା। କେନ୍ଦ୍ର ବଜେଟରେ ଉତ୍ସର୍ଗୀକୃତ ବିରଳ ମୃତ୍ତିକା କରିଡର ପ୍ରତିଷ୍ଠା ଲାଗି ଘୋଷଣା ହୋଇଛି। ଭାରତର ପ୍ରସ୍ତୁତି କ୍ଷେତ୍ରକୁ ଶକ୍ତିଶାଳୀ କରିବା ଏବଂ ଜରୁରୀ ଖଣିଜ ପଦାର୍ଥର ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ଲାଗି ଏହି କରିଡର ସକ୍ଷମ ହେବ। ଏହି କରିଡର ଓଡ଼ିଶା, କେରଳ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁକୁ ସଂଯୋଗ କରିବ। ରେୟାର ଆର୍ଥ ପର୍ମାନେଣ୍ଟ ମାଗନେଟ ଲାଗି ଏକ ଯୋଜନା ଗତବର୍ଷ କରାଯାଇଥିଲା। ଏହି କରିଡରର ବହୁ ଆଧୁନିକ ପ୍ରଯୁକ୍ତିର ଉପଯୋଗ ହେବ। ଏହି ୪ଟି ରାଜ୍ୟରେ ବିପୁଳ ବିରଳ ମୃତ୍ତିକା ଗଚ୍ଛିତ ଥିବାରୁ ଏହି କରିଡର ପ୍ରତିଷ୍ଠା ଉପରେ ଗୁରୁତ୍ବ ଦେଇଛନ୍ତି ଅର୍ଥମନ୍ତ୍ରୀ। ଏହା ସହ ଏହି ୪ ରାଜ୍ୟରେ ବନ୍ଦର ବ୍ୟବସ୍ଥା ଥିବା ସହ ବିପୁଳ ଖଣିଜ ପଦାର୍ଥ ଗଚ୍ଛିତ ରହିଛି।

ସେହିପରି ମାଲ ପରିବହନ ଲାଗି ଏକ ଉତ୍ସର୍ଗୀକୃତ ମାଲ ପରିବହନ କରିଡର ପ୍ରତିଷ୍ଠା ହେବ। ଏହା ପୂର୍ବରେ ଡାଙ୍କୁନିରୁ ପଶ୍ଚିମରେ ସୁରଟ ସହ ଯୋଡ଼ିବ। ଆସନ୍ତା ୫ ବର୍ଷର ଦେଶରେ ପ୍ରତିଷ୍ଠା ହେବ ୨୦ଟି ନୂଆ ଜଳପଥ। ଓଡ଼ିଶାରେ ଜାତୀୟ ଜଳପଥ-୫ ଆରମ୍ଭ ହେବ ଯାହା ଖଣିଜ ଭରପୂର ତାଳଚେର ଓ ଅନୁଗୁଳକୁ ଯୋଡ଼ିବ। କଳିଙ୍ଗ ନଗର ଶିଳ୍ପାଞ୍ଚଳକୁ ବି ଯୋଡିବ ଜଳପଥ। ଧାମରା ଓ ପାରାଦୀପ ବନ୍ଦରକୁ ଏହା ଯୋଡ଼ିବ। ଏଥିଲାଗି ଆଞ୍ଚଳିକ ତାଲିମ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ହେବ।ଓଡ଼ିଶା, କର୍ଣ୍ଣାଟକ, କେରଳସ୍ଥିତ କଇଁଛ ଅଣ୍ଡାଦାନ କେନ୍ଦ୍ରକୁ ଟର୍ଟଲ ଟ୍ରେନ ଓ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁକୁ ବାର୍ଡ ୱାଚିଂ ଟ୍ରେନ ପ୍ରଚଳନ କରିବା ଲାଗି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ।

ଭାରତ ହେବ ବାୟୋଫାର୍ମା ହବ୍‌

ସେହିପରି ଭାରତକୁ ବାୟୋଫାର୍ମା ହବ କରିବାକୁ ବଡ ଘୋଷଣା କରିଛନ୍ତି । ବାୟୋଫାର୍ମା ଉଦ୍ୟୋଗ ପାଇଁ ୧୦ ହଜାର କୋଟି ନିବେଶ କରାଯାଇଛି । ୫ ବର୍ଷରେ ବ୍ୟୟ କରିବା ନେଇ ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି । ବାରଣାସୀ ଓ ପାଟନାରେ ଜାହାଜ ମରାମତି ଇକୋ ସିଷ୍ଟମ ହେବ । ୭ଟି ହାଇସ୍ପିଡ ରେଲୱେ କରିଡର ନିର୍ମାଣ ହେବ । ବାରଣାସୀ- ସିଲିଗୁଡା, ଦିଲ୍ଲୀ- ବାରଣାସୀ, ମୁମ୍ବାଇ- ପୁନେ, ହାଇଦ୍ରାବାଦ- ଚେନ୍ନାଇ ହାଇସ୍ପିଡ ରେଲୱେ କରିଡର ନିର୍ମାଣ ହେବ । ଛୋଟ ସହରରେ ତୀର୍ଥସ୍ଥଳକୁ ବିକଶିତ କରାଯିବ । ୫ ବର୍ଷରେ ୨୦ ନୂଆ ଜଳପଥ ନିର୍ମାଣ କରିବୁ ।

ବଜେଟ୍‌ରେ ମହିଳାଙ୍କ ପାଇଁ ବଡ ଘୋଷଣା

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ରେ ମହିଳାଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ସରକାର ମହିଳାମାନଙ୍କୁ ଋଣ-ଭିତ୍ତିକ ଜୀବିକାରୁ ନିଜସ୍ୱ ଉଦ୍ୟୋଗର ମାଲିକ ହେବାରେ ସାହାଯ୍ୟ କରିବାକୁ ଚାହୁଁଛନ୍ତି । ଲଖପତି ଦିଦି କାର୍ଯ୍ୟକ୍ରମର ସଫଳତା ଯୋଗୁଁ ଏହି ପ୍ରସ୍ତାବ ଦିଆଯାଇଛି। ମହିଳା ଉଦ୍ୟୋଗୀମାନଙ୍କୁ ସମର୍ଥନ କରିବା ପାଇଁ ଏସଏଚଇ ( ସ୍ୱୟଂ ସହାୟକ ଉଦ୍ୟୋଗୀ ) କିମ୍ବା ଶି ମାର୍ଟସ୍ ଯୋଜନା ଆରମ୍ଭ କରିବାର ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ ।

ସେ କହିଛନ୍ତି ଯେ ଏହାକୁ ସମ୍ପ୍ରଦାୟ – ମାଲିକାନା ଖୁଚୁରା ଦୋକାନ ଭାବରେ ପ୍ରତିଷ୍ଠିତ କରାଯିବ । ଶି ମାର୍ଟସ୍ ଯୋଜନା ମହିଳା ବ୍ୟବସାୟୀ ମାଲିକମାନଙ୍କୁ ବଡ ବଜାରରେ ପହଞ୍ଚାଇବ ।

ଓଡିଶାରେ ହେବ ବିରଳ ଖଣିଜ କରିଡର

ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି ଯେ ଓଡିଶାରେ ହେବ ବିରଳ ଖଣିଜ କରିଡର। ଓଡିଶାରେ ହେବ କଇଁଛ କରିଡର। କଇଁଛଙ୍କ ସୁରକ୍ଷା ପାଇଁ ହେବ କରିଡର। ସରକାର ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୨୦ଟି ନୂତନ ଜାତୀୟ ଜଳପଥ କାର୍ଯ୍ୟକ୍ଷମ କରିବେ, ଯାହାର ଆରମ୍ଭ ଓଡ଼ିଶାରେ ଜାତୀୟ ଜଳପଥ-୫ ସହିତ ହେବ। ତାଳଚେର – ଅନୁଗୁଳ – କଳିଙ୍ଗନଗରକୁ ପାରାଦୀପ ସହ ଯୋଡାଯିବ।

ସୀତାରମଣ ଆହୁରି ନିଶ୍ଚିତ କରିଛନ୍ତି ଯେ ୨୦୨୫ ମସିହାରେ ଆରମ୍ଭ ହୋଇଥିବା ବିରଳ-ପୃଥିବୀ ସ୍ଥାୟୀ ଚୁମ୍ବକ ଯୋଜନା ପରେ, ସରକାର ଓଡ଼ିଶା ସମେତ ଖଣିଜ ସମୃଦ୍ଧ ରାଜ୍ୟଗୁଡ଼ିକରେ ଉତ୍ସର୍ଗୀକୃତ ବିରଳ-ପୃଥିବୀ କରିଡର ପାଇଁ କେନ୍ଦ୍ରୀୟ ସହାୟତା ପ୍ରଦାନ କରିବେ।

ଆୟୁର୍ବେଦର ୩ ନୂତନ ଏମ୍ସ ନିର୍ମାଣ କରାଯିବ

ବଜେଟ ରେ କୁହାଯାଇଛି ଯେ ଆୟୁର୍ବେଦର ୩ ନୂତନ ଏମ୍ସ ନିର୍ମାଣ କରାଯିବ । ଉଚ୍ଚମାନର ଆୟୁର୍ବେଦିକ ଉତ୍ପାଦ ରପ୍ତାନି କରାଯିବ । ଯୁବପିଢିଙ୍କୁ କ୍ୟାରିଅରର ପଥ ପ୍ରଦାନ କରିବା ପାଇଁ ଏକ ଯୋଜନା ଅଣାଯିବ । ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଏକ ଲକ୍ଷ ବିଶେଷଜ୍ଞ ସ୍ୱାସ୍ଥ୍ୟସେବା ବୃତ୍ତିଗତ ସୃଷ୍ଟି କରାଯିବ । ୧.୫ ଲକ୍ଷ ଯତ୍ନବାନଙ୍କୁ ତାଲିମ ଦିଆଯିବ । ସାରା ବିଶ୍ୱରେ ଭାରତୀୟ ଯୋଗାର ପ୍ରସାର ପାଇଁ, ଆମେ ଗୁଣାତ୍ମକ ଆୟୁର୍ବେଦିକ ଉତ୍ପାଦର ରପ୍ତାନିକୁ ପ୍ରୋତ୍ସାହିତ କରିବୁ । ଆୟୁର୍ବେଦିକ ଔଷଧ ପରୀକ୍ଷା ପାଇଁ ଜାତୀୟ ପ୍ରୟୋଗଶାଳା ପ୍ରତିଷ୍ଠା କରାଯିବ । ଜାମନଗରରେ ଡବ୍ଲୁଏଚଓ ପାରମ୍ପରିକ ଔଷଧ କେନ୍ଦ୍ର ନିର୍ମାଣ କରାଯିବ ।

ବଜେଟରେ ଏମଏସଏମଇକୁ ପ୍ରୋତ୍ସାହନ

ବଜେଟରେ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଏବଂ ଉତ୍ପାଦନ କ୍ଷେତ୍ର ପାଇଁ ଏକ ବଡ଼ ପଦକ୍ଷେପ ଘୋଷଣା କରିଛନ୍ତି। “ଚାମ୍ପିଅନ୍” SMEs ସୃଷ୍ଟି କରିବା ପାଇଁ ୧୦,୦୦୦ କୋଟି ଟଙ୍କାର ଏକ ପାଣ୍ଠି ଏବଂ ଆତ୍ମନିର୍ଭରଶୀଳ ଭାରତ ପାଣ୍ଠି ପାଇଁ ୪,୦୦୦ କୋଟି ଟଙ୍କାର ଟପ୍-ଅପ୍ ଉନ୍ମୋଚନ କରିଛନ୍ତି।ଆତ୍ମନିର୍ଭରଶୀଳ ଭାରତ ପାଣ୍ଠି ସୃଷ୍ଟି କରାଯିବ, ଯାହା କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ସାହାଯ୍ୟ କରିବ। ଏହାକୁ ସମର୍ଥନ କରିବା ପାଇଁ ଏକ କାରବାର ସମାଧାନ କାର୍ଯ୍ୟକ୍ରମ ପ୍ରତିଷ୍ଠା କରାଯିବ। ଏକ କ୍ରେଡିଟ୍ ଗ୍ୟାରେଣ୍ଟି ସମର୍ଥନ ବ୍ୟବସ୍ଥା ମଧ୍ୟ ପ୍ରତିଷ୍ଠା କରାଯିବ। GeM କୁ ବାଣିଜ୍ୟ ସହିତ ଯୋଡାଯିବ ଏବଂ ସମ୍ପତ୍ତି-ଭିତ୍ତିକ ସିକ୍ୟୁରିଟି କାର୍ଯ୍ୟକାରୀ କରାଯିବ।ବୃତ୍ତିଗତ ସହାୟତାରେ ସରକାରୀ ପ୍ରତିଷ୍ଠାନଗୁଡ଼ିକୁ ସ୍ୱଳ୍ପକାଳୀନ ମଡ୍ୟୁଲାର୍ ପାଠ୍ୟକ୍ରମ ଡିଜାଇନ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବିଦେଶରେ ଶିକ୍ଷା ଓ ମେଡିକାଲ କ୍ଷେତ୍ରରେ ଟିସିଏସ ୨%ହ୍ରାସ

ଚଳିତ ବଜେଟ୍ରେ ଯୁବପିଢିଙ୍କ ଶିକ୍ଷାଗତ ଯୋଗ୍ୟତାକୁ ଦୃଷ୍ଟିରେ ରଖି ନିର୍ମଳା କହିଛନ୍ତି ଯେ ବିଦେଶରେ ଶିକ୍ଷା ଓ ମେଡିକାଲ କ୍ଷେତ୍ରରେ ଟିସିଏସ ହ୍ରାସ ହୋଇଛି । ୫ ପ୍ରତିଶତରୁ ୨ ପ୍ରତିଶତକୁ ଟିସିଏସ ହ୍ରାସ ନେଇ ଘୋଷଣା କରାଯାଇଛି । ୨୦୨୬- ୨୭ରେ ଜିଡିପିର ବିତ୍ତୀୟ ନିଅଣ୍ଟ ୪.୪ % ରହିଛି । ୨୦୨୭ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ୪. ୩% ହେବ । ସରକାରଙ୍କ ଆର୍ଥିକ ସଂଯମ ପାଇଁ କ୍ରମାଗତ ଭାବେ ହ୍ରାସ ପାଉଛି ।ଟିସିଏସ ୨ % ହ୍ରାସ ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଶିକ୍ଷା ଓ ମେଡିକାଲ କ୍ଷେତ୍ର ଟିସିଏସ ହ୍ରାସ ପ୍ରତିଶ୍ରୁତି ଦେଇଛନ୍ତି ।

ନଡିଆ ଉତ୍ପାଦନ ପାଇଁ ସ୍ୱତନ୍ତ୍ର ଯୋଜନା

କୃଷି କ୍ଷେତ୍ରରେ ଗୁରୁତ୍ୱ ଦେଇ ଅର୍ଥ ମନ୍ତ୍ରୀ କହିଛନ୍ତି ନଡିଆ ଉତ୍ପାଦନରେ ପ୍ରତିଯୋଗିତାକୁ ଆହୁରି ବୃଦ୍ଧି କରିବା ପାଇଁ, ମୁଁ ବିଭିନ୍ନ ପଦ୍ଧତି ମାଧ୍ୟମରେ ଉତ୍ପାଦନ ବୃଦ୍ଧି ଏବଂ ଉତ୍ପାଦକତାକୁ ଉନ୍ନତ କରିବା ପାଇଁ ଏକ ନଡିଆ ପ୍ରୋତ୍ସାହନ ଯୋଜନା ପ୍ରସ୍ତାବ ଦେଉଛି । ଏଥିରେ ମୁଖ୍ୟ ନଡ଼ିଆ ଚାଷ କରୁଥିବା ରାଜ୍ୟଗୁଡ଼ିକରେ ନଷ୍ଟ ହୋଇଥିବା ଗଛକୁ ନୂତନ କିସମ ସହିତ ବଦଳାଇବା ଅନ୍ତର୍ଭୁକ୍ତ । ସେ ଆହୁରି କହିଛନ୍ତି ଯେ କଞ୍ଚା କାଜୁ ଏବଂ ନଡ଼ିଆର ଉତ୍ପାଦନ ଏବଂ ପ୍ରକ୍ରିୟାକରଣରେ ଭାରତକୁ ଆତ୍ମନିର୍ଭରଶୀଳ କରିବା, ରପ୍ତାନି ପ୍ରତିଯୋଗିତାକୁ ବୃଦ୍ଧି କରିବା ଏବଂ ୨୦୩୦ ସୁଦ୍ଧା ଭାରତୀୟ କାଜୁ ଏବଂ ଭାରତୀୟ କୋକୋକୁ ପ୍ରିମିୟମ୍ ଗ୍ଲୋବାଲ୍ ନିର୍ମାତାମାନଙ୍କୁ ସହାୟତା ଦିଆଯିବ । ବିକଶିତ ଭାରତ ପାଇଁ ଏକ ଉଚ୍ଚସ୍ତରୀୟ ବ୍ୟାଙ୍କିଙ୍ଗ କମିଟି ଗଠନ କରାଯିବ ।

ସେ ଆହୁରି କହିଛନ୍ତି ଯେ ଆମେ ମାଲ ପରିବହନ ପାଇଁ ଏକ ମାଲ ପରିବହନ କରିଡର ନିର୍ମାଣ କରିବୁ । ୫ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଟାୟାର-୨ ଏବଂ ୩ ସହରଗୁଡ଼ିକର ବିକାଶ ପାଇଁ ୧୧.୨ ଲକ୍ଷ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

ଶସ୍ତା ହେଲା କ୍ୟାନ୍ସର , ମଧୁମେହ ଔଷଧ

କ୍ୟାନସର ରୋଗର ୧୭ଟି ଔଷଧ ହେବ ଶସ୍ତା । ୭ଟି ଦୁର୍ଲଭ ରୋଗର ଔଷଧ ହେବ ଶସ୍ତା । ମୋବାଇଲ, ମାଇକ୍ରୋ ଓଭେନ ଶସ୍ତା ହେବ । କ୍ୟାନସର, ମଧୁମେହ ଭଳି ୭ ଗମ୍ଭୀର ରୋଗର ଔଷଧ ଶସ୍ତା ହେବ । ବାୟୋ – ସିଏନଜି ଗ୍ୟାସ ଶସ୍ତା ହେବ । ସୌର ଚାଳିତ ବସ୍ତୁ, ସି-ଫୁଡ ଶସ୍ତା ହେବ । କ୍ୟାନସର ରୋଗର ୧୭ଟି ଔଷଧ ଶସ୍ତା ହେବ । ଚମଡାରୁ ପ୍ରସ୍ତୁତ ଜୋତା, ବ୍ୟାଗ ଶସ୍ତା ହେବ । ମଦ ମହଙ୍ଗା ହେବ ।

ଅପରିବର୍ତ୍ତିତ ରହିଲା ଆୟକର ସ୍ଲାବ

ଅପରିବର୍ତ୍ତିତ ରହିଲା ଆୟକର ସ୍ଲାବ । ଆୟକର ସ୍ଲାବରେ କୌଣସି ପରିବର୍ତ୍ତନ କରିନାହାନ୍ତି ଅର୍ଥମନ୍ତ୍ରୀ । ସୀତାରମଣ କହିଛନ୍ତି ଯେ ଏଥର ଆୟକର ସ୍ଲାବରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଅର୍ଥମନ୍ତ୍ରୀ କହିଛନ୍ତି ଯେ ୨୦୨୬-୨୭ ବଜେଟରେ ଆର୍ଥିକ ନିଅଣ୍ଟ ଜିଡିପିର ୪.୩% ହେବ ବୋଲି ଆକଳନ କରାଯାଇଛି । ୨୦୨୫-୨୬ରେ ଏହା ୪.୪% ଥିଲା, ଅର୍ଥାତ୍ ନିଅଣ୍ଟ ସାମାନ୍ୟ ହ୍ରାସ ପାଇବ । ନୂତନ ଆୟକର ଆଇନ ୧ ଏପ୍ରିଲ୍, ୨୦୨୬ ରୁ କାର୍ଯ୍ୟକାରୀ ହେବ ।

 ଦେଶରେ ୭ ହାଇସ୍ପିଡ୍ ରେଲୱେ କରିଡର ନିର୍ମାଣ

ସେ କହିଛନ୍ତି ଯେ ଦେଶରେ ୭ଟି ହାଇସ୍ପିଡ୍ ରେଲୱେ କରିଡର ନିର୍ମାଣ ହେବ । ବାରଣାସୀ – ସିଲିଗୁଡି, ଦିଲ୍ଲୀ – ବରାଣାସୀ, ମୁମ୍ବାଇ – ପୁନେ, ବେଙ୍ଗାଲୁରୁ – ଚେନ୍ନାଇ, ପୁନେ – ହାଇଦ୍ରାବାଦ, ହାଇଦ୍ରାବାଦ – ବେଙ୍ଗାଲୁର ଏବଂ ହାଇଦ୍ରାବାଦ – ଚେନ୍ନାଇ ହାଇସ୍ପିଡ୍ ରେଲୱେ କରିଡର ହେବ । ୫ ବର୍ଷରେ ୨୦ ନୂଆ ଜଳପଥ ନିର୍ମାଣ କରିବୁ ।

୨୦ ପର୍ଯ୍ୟଟନ ସ୍ଥଳରେ ୧୦ ହଜାର ଗାଇଡଙ୍କୁ ଟ୍ରେନିଂ

ବଜେଟରେ ପର୍ଯ୍ୟଟନ ପାଇଁ ବଡ ଘୋଷଣା କରାଯାଇଛି । ଛୋଟ ସହରର ୧୫ ତୀର୍ଥସ୍ଥଳକୁ ବିକଶିତ କରାଯିବ। ୨୦ ପର୍ଯ୍ୟଟନ ସ୍ଥଳରେ ୧୦ ହଜାର ଗାଇଡଙ୍କୁ ଟ୍ରେନିଂ ଦିଆଯିବ । ସେହିପରି କାର୍ବନ କ୍ୟାପଚର ୟୁଟିଲାଇଜେସନ ଷ୍ଟୋରେଜ ଲାଗୁ ହେବ । ଆଗାମୀ ୫ ବର୍ଷରେ ସିସିୟୁଏସ ପାଇଁ ୨୦ ହଜାର କୋଟି ବ୍ୟୟ ହେବ । ଛୋଟ ଛୋଟ ସହରର ବିକାଶ ପାଇଁ ସ୍ୱତନ୍ତ୍ର ଯୋଜନା କରାଯାଇଛି । ୫ ଲକ୍ଷରୁ ଅଧିକ ଲୋକ ସଂଖ୍ୟା ଥିବା ସହର ପାଇଁ ଯୋଜନା କରାଯାଇଛି । ଟାୟାର-୧, ଟାୟାର-୨ ସିଟି ନେଇ ଘୋଷଣା କରାଯାଇଛି ।

ମହଙ୍ଗା ହେଲା ମଦ

ବଜେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଉପସ୍ଥାପନା କରିଥିଲେ ନିର୍ମଳା ସୀତାରମଣ । ଏହାରି ଭିତରେ ସାଧାରଣ ଲୋକଙ୍କ ପାଇଁ ସବୁଠାରୁ ବଡ ଆଶ୍ୱସ୍ତିକର ଖବର ଆସିଛି । ଏଥର ବଜେଟରେ କିଛି ଜିନିଷ ଶସ୍ତା ହେଇଥିବା ବେଳେ କିଛି ମହଙ୍ଗା ହୋଇଛି । ଯେପରିକି, ମଦ ମହଙ୍ଗା ହୋଇଛି । ସିଗାରେଟ, ପାନ ମସଲା, ତମାଖୁ ସାମଗ୍ରୀ ଏସବୁ ମହଙ୍ଗା ହୋଇଛି ।କ୍ୟାନସର, ମଧୁମେହ ଭଳି ୭ ଗମ୍ଭୀର ରୋଗର ଔଷଧ ଶସ୍ତା ହେବ । ବାୟୋ – ସିଏନଜି ଗ୍ୟାସ ଶସ୍ତା ହେବ । ସୌର ଚାଳିତ ବସ୍ତୁ, ସି-ଫୁଡ ଶସ୍ତା ହେବ । କ୍ୟାନସର ରୋଗର ୧୭ଟି ଔଷଧ ଶସ୍ତା ହେବ । ଚମଡାରୁ ପ୍ରସ୍ତୁତ ଜୋତା, ବ୍ୟାଗ ଶସ୍ତା ହେବ ।

ଶିଳ୍ପ ଭିତ୍ତିକ ରିସର୍ଚ ଓ ଟ୍ରେନିଂକୁ ଗୁରୁତ୍ୱ
ସେମିକଣ୍ଡକ୍ଟର ୨.୦ ନେଇ ବଜେଟରେ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ । ଶିଳ୍ପ ଭିତ୍ତିକ ରିସର୍ଚ ଓ ଟ୍ରେନିଂକୁ ଗୁରୁତ୍ୱ ଦିଆଯାଇଛି । କୁଶଳୀ ବ୍ୟକ୍ତି ସୃଷ୍ଟି କରିବାକୁ ପ୍ରାଧାନ୍ୟ ଦିଆଯାଇଛି । ସେହିପରି ବାରଣାସୀ ଓ ପାଟନାରେ ଜାହାଜ ମରାମତି ଇକୋ ସିଷ୍ଟମ ହେବ କୁହାଯାଇଛି ।

ମହାକାଶ ବିଜ୍ଞାନ ବିକାଶ ଉପରେ ବଜେଟ୍‌ରେ ଗୁରୁତ୍ୱ

ମହାକାଶ ବିଜ୍ଞାନ ବିକାଶ ଉପରେ ମଧ୍ୟ ଆଜିର ବଜେଟ୍‌ରେ ଗୁରୁତ୍ୱ ଦିଆଯାଇଛି । ୪ଟି ସ୍ୱତନ୍ତ୍ର ଟେଲିସ୍କୋପ ସ୍ଥାପନ ହେବ । ନ୍ୟାସନାଲ ଲାର୍ଜ ସୋଲାର ଟେଲିସ୍କୋପ ସୂର୍ଯ୍ୟଙ୍କ ଉପରେ ନଜର ରଖିବ । ଚୁମ୍ବକୀୟ କ୍ଷେତ୍ର ଏବଂ ସୌରଝଡର ହାଇ – ରିଜୋଲ୍ୟୁସନ୍ ଚିତ୍ର ପ୍ରଦାନ କରିବ । ଯୋଗାଯୋଗ ବ୍ୟବସ୍ଥାକୁ ସୌରଝଡରୁ ରକ୍ଷା କରିବା ପାଇଁ ପୂର୍ବାନୁମାନ ଦେବ । ଗଗନଯାନ ମିସନରେ ମାନବ ମହାକାଶ ଯାତ୍ରା ପାଇଁ ବଜେଟ୍‌ରେ ଅଧିକ ଅର୍ଥ ବରାଦ କରାଯାଇଛି । ଅନ୍ତରୀକ୍ଷ ଷ୍ଟେସନରେ ୨୦୩୫ ସୁଦ୍ଧା ଭାରତର ନିଜସ୍ୱ ମହାକାଶ ଷ୍ଟେସନ ପ୍ରତିଷ୍ଠା ପାଇଁ ପାଣ୍ଟି ପ୍ରଦାନ କରାଯାଇଛି । ଆବଶ୍ୟକୀୟ ଅଷ୍ଟ୍ରୋଫିଜିକାଲ୍ ପରୀକ୍ଷଣ ଏବଂ ମାଇକ୍ରୋ – ଗ୍ରାଭିଟି ରିସର୍ଚ୍ଚ ପାଇଁ ପାଣ୍ଟି ପ୍ରଦାନ କରାଯାଇଛି । ‘ଲେଜର ଇଣ୍ଟରଫେରୋମିଟର ଗ୍ରାଭିଟେସନାଲ୍ – ୱେଭ୍ ଅବଜର୍ଭେଟୋରି’ ପାଇଁ କାମ ତ୍ୱରାନ୍ୱିତ ହୋଇଛି ।

ପ୍ରତିରକ୍ଷା ବଜେଟ୍‌ରେ ଅପରେସନ୍ ସିନ୍ଦୁରର ପ୍ରଭାବ

ପ୍ରତିରକ୍ଷା ବଜେଟ୍‌ରେ ପ୍ରତିରକ୍ଷା ବଜେଟ୍‌ରେ ଅପରେସନ୍ ସିନ୍ଦୁରର ପ୍ରଭାବ ଦେଖିବାକୁ ମିଳିଛି । ଏହି ବଜେଟ୍‌ରେ ପ୍ରତିରକ୍ଷା ମନ୍ତ୍ରଣାଳୟର ବଜେଟ୍‌ରେ ରେକର୍ଡ ୧୫ ପ୍ରତିଶତ ବୃଦ୍ଧି କରାଯାଇଛି । ପୁଞ୍ଜି ବଜେଟ୍‌ରେ ମଧ୍ୟ ରେକର୍ଡ ୨୨ ପ୍ରତିଶତ ବୃଦ୍ଧି ଘଟିଛି । ଆଜିର ବଜେଟ୍‌ରେ ନିର୍ମଳା ସୀତାରମଣ ୭.୮୫ ଲକ୍ଷ କୋଟିର ପ୍ରତିରକ୍ଷା ବଜେଟ୍ ଘୋଷଣା କରିଛନ୍ତି । ଏଥିମଧ୍ୟରୁ ୨.୧୯ ଲକ୍ଷ କୋଟି ଟଙ୍କା ହେଉଛି ପୁଞ୍ଜି ବଜେଟ୍, ଯେଉଁଥିରେ ୨୨ ପ୍ରତିଶତ ରେକର୍ଡ ବୃଦ୍ଧି କରାଯାଇଛି। ଏହା ଅପରେସନ ସିନ୍ଦୂର ପରେ ସେନାର ତିନୋଟି ଶାଖା (ସେନା, ବାୟୁସେନା ଏବଂ ନୌସେନା)ର ଅସ୍ତ୍ରଶସ୍ତ୍ର ଏବଂ ଆଧୁନିକୀକରଣ ପାଇଁ ବ୍ୟବହାର କରାଯିବ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking