17.1 C
Bhubaneswar
Monday, February 2, 2026
Homeଓଡିଶା" ଉତ୍ତମ ଚରିତ୍ର ଓ ଜ୍ଞାନର ସମନ୍ୱୟ ହେଉଛି ଶିକ୍ଷା"

” ଉତ୍ତମ ଚରିତ୍ର ଓ ଜ୍ଞାନର ସମନ୍ୱୟ ହେଉଛି ଶିକ୍ଷା”

ଯାଜପୁର: “ଉତ୍ତମ ଚରିତ୍ର ଓ ଜ୍ଞାନର ସମନ୍ୱୟ ହେଉଛି ଶିକ୍ଷା” ଏବଂ ମାତା,ପିତା ଓ ଗୁରୁଙ୍କ କୃପା ବିନା ଏହା ସମ୍ଭବ ନୁହେଁ ବୋଲି – ସ୍ଥାନୀୟ ଗଣେଶ ବଜାର ରିଟ୍ ଇଣ୍ଟରନେସନାଲ୍ ସ୍କୁଲର ୧୫ତମ ବାର୍ଷିକୋତ୍ସବ “ଜୟନ୍ତ ୨୦୨୫ – ୨୬”ରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରଫେସର ମନୋରଂଜନ ମହାନ୍ତି ଏହା କହିଛନ୍ତି। ଶିକ୍ଷା ସହିତ କ୍ରିଡ଼ା,ବାଦ୍ୟ, ନୃତ୍ୟ,ସଙ୍ଗୀତ, କବିତା ଓ ଘର ପାଇଁ ସ୍ବଳ୍ପ ଶ୍ରମଦାନ କରିବା ବିଦ୍ୟାର୍ଥୀ ଜୀବନରେ ଗଭୀର ସକରାତ୍ମକ ପ୍ରଭାବ ପକାଏ ଓ ତାକୁ ସଂସ୍କାରିତ କରେ।ଏଥିପାଇଁ ଅଭିଭାବକ ମାନେ ପିଲାଙ୍କୁ ଉତ୍ସାହିତ ଓ ସୁଯୋଗ ଦେବା ଆବଶ୍ୟକ ବୋଲି ପ୍ରଫେସର ମହାନ୍ତି ଆହ୍ୱାନ କରିଥିଲେ। ମୁଖ୍ୟ ଅତିଥି ଦାନଗଦି ବିଡିଓ ପ୍ରଦୀପ କୁମାର ସେଠୀ ଛାତ୍ରଛାତ୍ରୀମାନଙ୍କୁ ଦେଶସେବା ପାଇଁ ଭଲ ପାଠ ପଢିବା ସହିତ ଚରିତ୍ରବାନ ହେଲେ ଖୁବଶିଘ୍ର ଭାରତ ବିଶ୍ଵଗୁରୁ ଆସନ ଅଳଙ୍କୃତ କରିପାରିବ ବୋଲି କରିଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶିକ୍ଷୟତ୍ରୀ ସୁନୀତା ପ୍ରିୟଦର୍ଶିନୀ ସ୍ବାଗତ ଭାଷଣ ଓ ଅତିଥି ପରିଚୟ କରିବା ପରେ ପ୍ରିନସପାଲ୍ ଇଂ ଦିଗନ୍ତ କୁମାର ରାଉତ ବାର୍ଷିକ ବିବରଣୀ ପାଠ କରିଥିଲେ। ସମ୍ମାନିତ ଅତିଥି ଭାବେ ରିଟ୍ ଇଣ୍ଟରନେସନାଲ୍ ସ୍କୁଲର ଡାଇରେକ୍ଟର ଇଂ ଜନ୍ମେଜୟ ରାଉତ ଅନୁଷ୍ଠାନର ଲକ୍ଷ ଓ ଉପଲବ୍ଧି ସମ୍ବନ୍ଧରେ ଆଲୋକପାତ ଥିଲେ। ଏହି ଅବସରରେ ମଞ୍ଚାସିନ ଅତିଥିମାନଙ୍କୁ ଓ ବିଦ୍ୟାଳୟର ଶିକ୍ଷୟତ୍ରୀ ସରୋଜିନୀ ବିଶ୍ୱାଳ ,ଜ୍ୟୋତିଶଙ୍କର ନାଥ ,ରତିକାନ୍ତ ସେଠୀ ,ଇତିଶ୍ରୀ ଦାସ ,ଲଳିତ ମାଧବ ଦାଶ ,ସଂଯୁକ୍ତା ସାହୁ ,ରାଧାରାଣୀ ସାମଲ  ଏବଂ ନୃତ୍ୟ ଶିକ୍ଷକ ଭୋଳାନାଥ ଘୋଷଙ୍କୁ ସମ୍ମାନିତ  କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।

ସ୍କୁଲର ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ରାଉତରାୟ ,ଶୋଭା ଜେନା ,ବନାନୀ ସେନ ,ଦମୟନ୍ତୀ ରାଉତ ,ଅନିନ୍ଦିତା ଦାସ ,ଲଳିତ ମାଧବ ଦାଶ ,କିଶତବଲା ଖଣ୍ଡାଇ ,ସାଗରୀକା ରାଉତ  ,ରଶ୍ମିପ୍ରଭା ସାହୁ ,ରୀନା ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷାବିତ ଡ଼ଃ ଦୁଷ୍ମନ୍ତ କୁମାର ନାୟକ, ସଦାଶିବ ଦାସ,ଡ଼ଃ ଶାନ୍ତି ନାରାୟଣ ରାଉତ ,  ଜ୍ୟୋତିଶଙ୍କର ପଣ୍ଡା , ସ୍କୁଲ ନିର୍ଦ୍ଧେଶକ ଜନ୍ମେଜୟ ରାଉତ , ରାଜେଶ ପଟ୍ଟନାୟକ, ଚିନ୍ମୟ କୁମାର ରାଉତ , ଜ୍ଞାନରଞ୍ଜନ ରାଉତ, କାଉନସିଲର ଭରତ କୁମାର ଓଝାଙ୍କ ସମେତ ଶତାଧିକ ବୁଦ୍ଧିଜୀବୀ ଓ ଅଭିଭାବକ ଉପସ୍ଥିତ ଥିଲେ। ଶେଷରେ ଭାଇସ ପ୍ରିନସପାଲ୍ ସୁବାଷ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିବା ପରେ ପୂର୍ଣ୍ଣ ବନ୍ଦେ ମାତରଂ ଗାନ କରାଯାଇଥିଲା। ପରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking